ରାଜ୍ୟର ବିଭିନ୍ନ ନଦୀରେ ବଢୁଛି ଜଳସ୍ତର ! ଏସଆରସିଙ୍କ ସୂଚନା ଉତ୍ତର ଓଡିଶାରେ ଲଗାଣ ବର୍ଷା,ବିପଦ ସଂକେତ ସାମାନ୍ୟ ଉପରେ ବୈତରଣୀ

26

କନକ ବ୍ୟୁରୋ : ଲଘୁଚାପ ପ୍ରଭାବରେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ଜାରି ରହିଛି । ଆଜି ସକାଳୁ ମୟୁରଭଞ୍ଜ, ଦେବଗଡ, ବରଗଡ ଓ କେନ୍ଦୁଝରରେ ଅଧିକ ବର୍ଷା ହୋଇଛି । ଆନନ୍ଦପୁରରେ ବୈତରଣୀର ନଦୀ ଫୁଲୁଛି । ଆଖୁଆପଦାରେ ଜଳସ୍ତର ବିପଦ ସଙ୍କେତର ସାମାନ୍ୟ ଉପରେ ରହିଛି । ଏସଆରସି ଆଜି ଏହି ସୂଚନା ଦେଇଛନ୍ତି । ସେହିଭଳି କୌଣସି ନଦୀର ଜଳସ୍ତର ବିପଦ ସଙ୍କେତ ଛୁଇଁନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି । ତେବେ କୌଣସି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନଥିବା ଏସଆରସି ସୂଚନା ଦେଇଛନ୍ତି । ସବୁଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି । ଆନନ୍ଦପୁରରେ ଓଡ୍ରାଫ ଟିମକୁ ସଜାଗ ରଖାଯାଇଛି । ସନ୍ଧ୍ୟା ୫ଟା ୩୦ରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ ।

ସେପଟେ ହୀରାକୁଦରେ ୧୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହୋଇଛି । ଗତକାଲି ଦିନରେ ୩ଟା ଗେଟ ଖୋଲା ହୋଇଥିଲା । ବିଳମ୍ବିତ ରାତିରେ ଆଉ ୩ଟି ଗେଟ ଖୋଲାଯାଇଛି । ତେବେ ଆଜି ସକାଳ ୭ଟା ଓ ସାଢେ ୭ଟାରେ ଆଉ ୨ଟି ଗେଟ୍ ଖୋଲିଛି । ଏବେ ଆଉ ୨ଟି ଗେଟ୍ ଖୋଲା ଯାଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୮ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ କରାଯାଉଛି । ଏପଟେ ବିଭିନ୍ନ ନଦୀରେ ଜଳସ୍ତର ବଢୁଥିବାରୁ ତଳିଆ ଅଂଚଳରେ ସତର୍କ ସୂଚନା ଜାରି କରାଯାଇଛି । ବର୍ତ୍ତମାନ ହୀରାକୁଦକୁ ୧ ଲକ୍ଷ ୬୧ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୧୪ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।