ହୀରାକୁଦରେ ହେବ ଜଳ ମହୋତ୍ସବ : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପଦକ୍ଷେପ

34

କନକ ବ୍ୟୁରୋ : ହୀରାକୁଦରେ ଜଳ ଭଣ୍ଡାରରେ ହେବ ଜଳ ମହୋତ୍ସବ । ହୀରାକୁଦ ଜଳ ଭଣ୍ଡାରରେ ପର୍ଯ୍ୟଟନକୁ ଆକୃଷ୍ଟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଓଡିଶାର ଅନେକ ଜଳ ଭଣ୍ଡାରରେ ପର୍ଯ୍ୟାୟ କ୍ରମେ ଆରମ୍ଭ ହେବ ଏହି ମହୋତ୍ସବ ।

ପଶ୍ଚିମ ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ପୃଥିବୀ ବିଖ୍ୟାତ ମାଟି ବନ୍ଧରେ ହେବ ଜଳ ମହୋତ୍ସବ । ସେଥିପାଇଁ ପଦକ୍ଷେପ ନେଇଛନ୍ତି ସରକାର । ପ୍ରଥମ ଥର ପାଇଁ ଓଡିଶାରେ ହେବ ଜଳ ମହୋତ୍ସବ । ଆସନ୍ତା ଅକ୍ଟୋବର ମାସରେ ହୀରାକୁଦରେ ହେବାକୁ ଥିବା ଏହି ମୋହୋତ୍ସବରେ ଦୁଃସାହାସିକ ଜଳକ୍ରୀଡା ପ୍ରଦର୍ଶନ କରାଯିବ । ପର୍ଯ୍ୟଟକଙ୍କ ପାଇଁ ଜଳ ଭଣ୍ଡାରରେ ୧୦ରୁ ଅଧିକ ୱାଟର ବାଇକ ଚାଳିବ । ସେଥିପାଇଁ ରାଜସ୍ୱ ବିଭାଗକୁ ଜାଗା ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖୁବ୍ଶୀଘ୍ର ଜାଗା ଚିହ୍ନଟ ହୋଇ ମହୋତ୍ସବ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ନଦୀ ବନ୍ଧରେ ଏହି ଜଳ ମହୋତ୍ସବ ଆୟୋଜିତ ହେବ । ପରେ ପର୍ଯ୍ୟାୟ କ୍ରମେ ଓଡିଶାର ଅନ୍ୟ ଜଳଭଣ୍ଡାରରେ ଏହାର ଆୟୋଜନ କରାଯିବ । ସୁରକ୍ଷାକୁ ଆଖିରେ ରଖି କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ସରକାର ନିଜେ ପରିଚାଳନା କରିବେ ନା ଘରୋଇ ସଂସ୍ଥାକୁ ଦେବେ ତାହା ପରବର୍ତି ସମୟରେ ଜଣାପଡିବ । ଆଗାମୀ ଦିନରେ ସବୁ ଠାରୁ ବଡ ମାଟି ବନ୍ଧର ଇତିହାସରେ ଆଉ ଏକ ଅଧ୍ୟାୟ ଯୋଡିବାକୁ ଯାଉଛି ।