ମାଗଣା ପାଣିର କଂଟ୍ରୋଲ ଦୋକାନ

38

ପାଣି ପାଇଁ ଖୋଲିଛି କଂଟ୍ରୋଲ ଦୋକାନ । ଡିଲର୍ ସାଜିଛନ୍ତି ଗାଁ ମୁଖିଆ । ପାଣି ସମସ୍ୟାର କରୁଣ ସ୍ଥିତି । ଆଉ କେଉଁଠି ପୁଣି ପାଣି ପାଇଁ ଚାରିଆଡେ ହାହାକାର । ତାତି ବଢ଼ିବା ସାଙ୍ଗକୁ ଉକ୍ରଟ ହେଉଛି ଜଳ ସଂକଟ ।

water crisisଠିକ୍ କଂଟ୍ରୋଲ ଦୋକାନ ଭଳି ଦୃଶ୍ୟ । ପାଣି ପାଇଁ ପ୍ରସ୍ତୁତ ହୋଇଛି ତାଲିକା । ନମ୍ବର ଆସିଲେ, ନାଁ ପଡ଼ିଲେ ମିଳୁଛି ଗଣି ଗଣିି ଦୁଇ ଗରା । ଆଶ୍ଚର୍ଯ୍ୟ ଲାଗିଲେ ବି, ଘଟଣାଟି ଖୁବ୍ ସମ୍ବେଦନଶୀଳ । କାଲି ଏ ନଳକୂଅ ପାଣି ଦେବ କି ନାହିଁ, ସେକଥା କେହି ଜାଣି ନାହାନ୍ତି । ତେଣୁ ଖୁବ୍ ସଚେତନ ଭାବେ ପାଣି ଖର୍ଚ୍ଚ କରିବାକୁ ଏଠି ପାଣିର ଡିଲର ସାଜିଛନ୍ତି ଗାଁ ମୁଖିଆ । ଖାତା କଲମ୍ ଧରି ବାରମ୍ବାର ହିସାବ କରୁଛନ୍ତି । ପାଣି ପାଇଁ ଏମିତି ଡହଳ ବିକଳ ହେଉଛନ୍ତି ଅନୁଗୁଳ ଜିଲ୍ଲା ତିଲେଇପଶି ଗାଁର ଲୋକେ । ଗାଁରେ ଥିବା ୪ଟି ନଳକୂଅ ମଧ୍ୟରୁ ୩ଟି ଅଚଳ । ତେଣୁ ଗୋଟିଏ ନଳକୂଅ ଉପରେ ନିର୍ଭର କରୁଛନ୍ତି ଗାଁର ପ୍ରାୟ ୧୩ଶହରୁ ଅଧିକ ଲୋକ ।

Water _ Brmଆଉ ଇଏ ହେଉଛି ବ୍ରହ୍ମପୁର ସହରର ଦୃଶ୍ୟ । ଟ୍ୟାଙ୍କର ପହଂଚିବା ମାତ୍ରେ ଘେରି ଯାଉଛନ୍ତି ଲୋକେ ।ପାଣି ବାଲଟିଏ ପାଣି ଟାଣ ଖରାରେ ଛିଡା ହେବାକୁ ପଡୁଛି ଘଂଟା ଘଂଟା । ବିଶେଷ କରି ଲାଞ୍ଜିପଲୀ, ଆଙ୍କୁଲି, ବିଜିପୁର, ଗୋଷାଣୀ ନୂଆଁଗାଁ ଓ ବ୍ୟାଙ୍କ କଲୋନୀରେ ଉତ୍କଟ ହେଉଛି ଜଳ ସଂକଟ । ଟ୍ୟାଙ୍କର ଯୋଗେ ନିୟମତି ଜଳ ଯୋଗଣ ହେଉନଥିବାରୁ ଉପୁଜିଛି ଏଇ ସ୍ଥିତି ।ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ । ୨-୩ ଦିନରେ ଥରେ ପାଣି ଟ୍ୟାଙ୍କ ଆସୁଥିବା ଲୋକେ ଅଭିଯୋଗ କରିଛନ୍ତି ।

puri water problemପୁରୀ ଢ଼ୋଲ ବିରଂଚିନାରାୟଣ ଦାସପୁର ଗାଁରେ ବି ସମାନ ସ୍ଥିତି । ଶୁଖିଲା ପଡ଼ିଛି ଷ୍ଟାଣ୍ଡ ପୋଷ୍ଟ, ନଳକୂଅରେ ପାଣି ଆସୁନି । ପାଣି ପାଇଁ ଏବେ ଏକମାତ୍ର ଭରସା ଭାର୍ଗବୀ ନଈର ଜଳ । ସେଠି ପୁଣି ମଣିଷ ପଶୁ ସମସ୍ତେ ଏକାକାର । ଯେଉଁଠି ଗାଈ ଗୋରୁ ଗାଧୋଉଛନ୍ତି ସେ ପାଣି ଲୋକଙ୍କୁ ବ୍ୟବହାର କରିବାକୁ ପଡୁଛି । ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଫଳ କିଛି ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି ।

ତାତି ବଢ଼ିବା ସାଙ୍ଗକୁ ଉତ୍କଟ ହେବାରେ ଲାଗିଛି ଜଳ ସଂକଟ । ଯାହା ଲୋକଙ୍କ ଜୀବନଯାତ୍ରାକୁ ବେଶ ପ୍ରଭାବିତ କରୁଛି ।