ପର୍ଯ୍ୟଟକଙ୍କୁ ସିମଲା ମନା ! ପିଇବାକୁ ମିଳୁନାହିଁ ପାଣି, ସୋସିଆଲ ମିଡ଼ିଆରେ ପର୍ଯ୍ୟଟକଙ୍କୁ ସିମଲା ଆସିବାକୁ ମନା କରୁଛନ୍ତି ସ୍ଥାନୀୟ ଲୋକ

44

ପାହାଡର ରାଣୀ କୁହାଯାଉଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସିମଲା ଯିବାକୁ ପର୍ଯ୍ୟଟକଙ୍କୁ ବାରଣ । ହିମାଚଳ ପ୍ରଦେଶ ରାଜଧାନୀ ସିମଲାରେ ପିଇବା ପାଣି ସମସ୍ୟା ଏତେ ଉକ୍ରଟ ହୋଇଛି ଯେ ସ୍ଥାନୀୟ ଲୋକ ଓ ପରିବେଶବିତ ସୋସିଆଲ ମିଡିଆରେ ପର୍ଯ୍ୟଟକଙ୍କୁ ସିମଲା ଆସିବା ପାଇଁ ମନା କରିଛନ୍ତି । ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ଧରି ସିମଲାରେ ଲୋକଙ୍କୁ ପିଇବା ପାଣି ମିଳୁନାହିଁ । ନଗର ନିଗମ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାଣି ସଂଗ୍ରହ କରିବା ପାଇଁ ଲୋକଙ୍କୁ ଘଂଟା ଘଂଟା ଧରି ଅପେକ୍ଷା କରିବାକୁ ପଡୁଛି । ଏପରିକି ୩-୪ ଦିନରେ ଥରେ ପାଣି ଯୋଗାଣ ହେଉଥିବା ଅଭିଯୋଗ ହୋଇଛି । ଏପରିକି ବିକ୍ଷୋଭ ପ୍ରଦର୍ଶନ ବେଳେ ସ୍ଥାନୀୟଲୋକେ ଓ ପୁଲିସ ମୁହାଁମୁହିଁ ହୋଇଥିଲେ ।

ସମସ୍ୟାର ସମାଧାନ ପାଇଁ ଅସ୍ଥାୟୀ ଭାବରେ ନିର୍ମାଣ କାମ ଓ କାର୍ ଧୋଇବା ପାଇଁ ବାରଣ କରିଛନ୍ତି ହାଇକୋର୍ଟ । ସହର ପାଇଁ ୪୫ମିଲିୟନ ଲିଟର ପାଣିର ଆବଶ୍ୟକତା ଥିବା ବେଳେ କେବଳ ୧୮ମିଲିୟନ ପାଣି ଯୋଗାଣ ହୋଇପାରୁଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏପରିକି ପ୍ରାୟ ଶହେରୁ ଅଧିକ ହୋଟେଲ ନିଜର ବୁକିଂ ମଧ୍ୟ କ୍ୟାନସେଲ କରିଦେଇଛନ୍ତି ।