ପାଣି ଟୋପାଏ ପାଇଁ ଡହକବିକଳ ହେବେ ପାକିସ୍ତାନବାସୀ ! ଭାରତର କଡ଼ା ପଦକ୍ଷେପ ଯୋଗୁଁ ଡରୁଛି ପଡ଼ୋଶୀ ଦେଶ

24

କନକ ବ୍ୟୁରୋ : ଆଗାମୀ ସମୟରେ ପାଣି ପାଇଁ ଡହକବିକଳ ହେବ ପାକିସ୍ତାନ । ପାଣି ଟୋପାଏ ପାଇଁ ଚାରିଆଡ଼େ ହାହାକାର ପଡ଼ିବ । ଅନ୍ତର୍ଜାତୀୟ ମୁଦ୍ରା କୋଷ ସମେତ ଅନେକ ଅନ୍ତର୍ଜାତୀୟ ସଂସ୍ଥା ଗୁଡ଼ିକର ରିସର୍ଚ୍ଚ ରିପୋର୍ଟ ଅନୁସାରେ ଏହି କଥା ସାମ୍ନାକୁ ଆସିଛି । ରିପୋର୍ଟରେ ଆଶାଙ୍କ କରାଯାଇଛି ୨୦୨୫ ମଧ୍ୟରେ ପାକିସ୍ତାନ ମାଟି ଶୁଖିଲା ହୋଇଯାଇପାରେ । ତେବେ ଏଥିପାଇଁ ଭାରତକୁ ଦାୟୀ କରିଛି ପାକିସ୍ତାନ । ଏହି ମାମଲା ପାକିସ୍ତାନ ଖବରକାଗଜରେ ଏବେ ପ୍ରମୁଖ ମୁଦ୍ଦା ପାଲଟିଛି । ପାକିସ୍ତାନର ଏକ ଖବରକାଗଜରେ ପ୍ରକାଶ ପାଇଥିବା ଖବର ଅନୁସାରେ ଦେଶରେ ଉତ୍କଟ ପାଣି ସଙ୍କଟ ଓ ଭବିଷ୍ୟତରେ ହେବାକୁ ଗମ୍ଭୀର ସ୍ଥିତିକୁ ସରକାର ଧ୍ୟାନ ଦେଉନାହାନ୍ତି । ଜଳଭଣ୍ଡାର ନିର୍ମାଣ ଦିଗରେ ସରକାର କିଛି ପଦକ୍ଷେପ ନେଉନାହାନ୍ତି । ସୂଚନା ଅନୁସାରେ ୧୯୯୦ ପରଠାରୁ ପାଣିକୁ ନେଇ ଦେଶରେ କୌଣସି ଯୋଜନା ହୋଇନାହିଁ ।

ଆଉ ଏଇଥିପାଇଁ ଆଗାମୀ ସମୟରେ ପାକିସ୍ତାନବାସୀ ପାଣି ଟୋପେ ପାଇଁ ଡହକବିକଳ ହେବେ । ଅନ୍ୟ ଏକ ଖବରକାଗଜ ପ୍ରକାଶ ପାଇଥିବା ଖବର ଅନୁସାରେ ପାକିସ୍ତାନର ୮୦ ପ୍ରତିଶତ ପାଣି ପ୍ରଦୂଷିତ । ଏଥିପାଇଁ ଆଗାମୀ ସମୟ ଅଧିକ ଭୟଙ୍କର ହେବାର ସମ୍ଭାବନା ରହିଛି । ପାକିସ୍ତାନ କହିବା ଅନୁସାରେ କିଶନଗଞ୍ଜ ପରିଯୋଜନା ଦ୍ୱାରା ସିନ୍ଧୁ ଜଳ ସନ୍ଧି ଅନୁସାରେ ତାଙ୍କ ଦେଶକୁ ମିଳୁଥିବା ପାଣି ସମସ୍ୟା ପ୍ରଭାବିତ ହେବ । ଅନ୍ୟପଟେ ଭାରତର କହିବା ଅନୁସାରେ ଏହି ବିଜୁଳି ପରିଯୋଜନାର ନିର୍ମାଣ ସନ୍ଧିର ହୋଇଥିବା ସର୍ତ୍ତ ଅନୁସାରେ କରାଯାଇଛି । ଉତ୍ତର କାଶ୍ମୀରର ବାନ୍ଦିପୋରା ଅଂଚଳରେ ସ୍ଥିତ ୩୩୦ ମେଗାୱାଟର ବିଜୁଳି ପରିଯୋଜନାର ନିର୍ମାଣ ୨୦୦୭ରେ ଆରମ୍ଭ ହୋଇଥିଲା । ମେ ୨୦୧୦ରେ ପାକିସ୍ତାନରେ ଏହି ପରିଯୋଜନାକୁ ଅନ୍ତର୍ଜାତୀୟ ଜଳସନ୍ଧିର ଉଲଂଘନ କହି ଆପତ୍ତି କରିଥିଲା ।

ଏସବୁ ପରେ ଏହି ମାମଲାକୁ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟକୁ ନିଆଯାଇଥିଲା । ୨୦୧୩ରେ ଅନ୍ତର୍ଜାତୀୟ ନ୍ୟାୟାଳୟ ଭାରତକୁ ଏହି ପରିଯୋଜନାର ନିର୍ମାଣ ପାଇଁ ମଞ୍ଜୁରିପ୍ରଦାନ କରିଥିଲେ । ଏହାସହ ଅନ୍ତର୍ଜାତୀୟ ଜଳ ସନ୍ଧି ଅନୁୁସାରେ ନଦୀରେ ନ୍ୟୁନତମ ଜଳ ରଖିବା ପାଇଁ ଆଦେଶ ମଧ୍ୟ ଦିଆଯାଇଥିଲା ।