ପାଣି ପାଇଁ ମାରପିଟ୍

29

ଅସ୍ତରଙ୍ଗ : ପାଣି ପାଇଁ ସଂଘର୍ଷ । ଅସ୍ତରଙ୍ଗ ବ୍ଲକରେ ବାଲଟିଏ ପାଣି ପାଇଁ ଚାଲିଛି ମାରପିଟ୍ । ପରସ୍ପର ଉପରକୁ ଗାଳିଗୁଲଜ କରି ମାଡିଯାଉଛନ୍ତି ଉତ୍ୟକ୍ତ ଲୋକେ । ଲୋକଙ୍କ ଜଳକଷ୍ଟ ଦୂର ପାଇଁ ସରକାରଙ୍କ ପକ୍ଷରୁ ଟ୍ୟାକଂର ଯୋଗେ ପାଣି ଯୋଗାଇଦିଆଯାଉଛି । ଯେଉଁ ପାଣି ବଂଟନକୁ କେନ୍ଦ୍ର କରି ଅଚାନକ ତାତିଯାଇଥିଲେ ଗ୍ରାମବାସୀ । ପରିସ୍ଥିତି ଏପରି ହୋଇଥିଲା ଯେ, ପାଣି ବାଂଟୁଥିବା ବ୍ୟକ୍ତିଂକୁ ବି ଗାଳିଗୁଲଜ କରିବାକୁ ପଛଘୁଂଚା ଦେଉନଥିଲେ ଉତ୍ୟକ୍ତ ଲୋକେ ।  କିଏ ଅଧିକା ପାଣି ନେଇଗଲା ସେନେଇ ଚାଲିଥିଲା ପରସ୍ପର ମଧ୍ୟରେ ଗଣ୍ଡଗୋଳ । ଅସ୍ତରଙ୍ଗ ବ୍ଲକରେ ପାନୀୟ ଜଳ ସଂକଟ ପରେ ୧୫ଟି ଗାଁକୁ ୧୬ ହଜାର ଲିଟର ପାନୀୟ ଜଳ ଟ୍ୟାଙ୍କର ଯୋଗେ ଯୋଗାଇଦିଆଯାଉଛି ବୋଲି ବିଡିଓ କହୁଛନ୍ତି ।  କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ପରି । ପୁଣି ଦୁଇ ତିନି ଦିନ ପରେ ପାଣି ଯୋଗାଇ ଦିଆଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।