ପବନରୁ ତିଆରି ହେବ ପାଣି ! ଦୂର ହେବ ଜଳ ସଙ୍କଟ, ସୌର ଶକ୍ତି ସାହାଯ୍ୟରେ ବୈଜ୍ଞାନିକ ନିର୍ମାଣ କଲେ ନୂଆ ସିଷ୍ଟମ ।

28

ଜଳବିନା ଜୀବନ ଅସମ୍ଭବ । କିନ୍ତୁ ଦିନକୁ ଦିନ ଜଳର ଅଭାବ ପରିଲକ୍ଷିତ ହେଉଛି । ଏପରିକି ଜଳ ବିନା କେତେକ ସ୍ଥାନରେ ଜୀବନ ମଧ୍ୟ ଚାଲିଯାଉଛି । ତେବେ ବୈଜ୍ଞାନିକମାନେ ଏମିତି ଏକ ସିଷ୍ଟମ ବିକଶିତ କରିଛନ୍ତି ଯାହାକି କେବଳ ସୌର ଶକ୍ତି ମାଧ୍ୟମରେ ବାୟୁରୁ ଜଳ ପ୍ରଦାନ କରାଇପାରିବ । ମରୁଭୂମି ଅଞ୍ଚଳରେ ରହୁଥିବା ଲୋକମାନଙ୍କ ପାଇଁ ଏହି ସିଷ୍ଟମ ଜଳ ଯୋଗାଇବାରେ ଏକ ପ୍ରମୁଖ ମାଧ୍ୟମ ହୋଇପାରିବ । କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଯେଉଁ ପ୍ରୋଟୋଟାଇପ ବିକଶିତ କରିଛନ୍ତି ସେହି ଜରିଆରେ ଦିନ ରାତି ପ୍ରତ୍ୟେକ ଚକ୍ରରେ ବହୁତ କମ ଆଦ୍ରତାରେ ମଧ୍ୟ ଜଳ ପ୍ରାପ୍ତ କରାଯାଇପାରିବ ।

ଏହି ପ୍ରକ୍ରିୟାକୁ ବିକଶିତ କରିଥିବା ଜଣେ ବୈଜ୍ଞାନିକ କହିଛନ୍ତି ଯେ, ତାଙ୍କର ଏହି ସିଷ୍ଟମ ଅଧିକ ତାପମାତ୍ରାରେ ସୂର୍ଯ୍ୟଙ୍କର ରଶ୍ମିର ଫାଇଦା ଉଠାଇଥାଏ, ଏଥିରେ କୌଣସି ଅତିରିକ୍ତ ଶକ୍ତିର ଆବଶ୍ୟକତା ପଡିନଥାଏ । ସୌର ଶକ୍ତି ଛଡା ଅନ୍ୟ କୌଣସି ଶକ୍ତିର ଆବଶ୍ୟକତା ପଡୁନଥିବା କାରଣରୁ ଆପଣ ଏହା ସାହାଯ୍ୟରେ ମରୁଭୂମିରେ ମଧ୍ୟ ଜଳ ପାଇପାରିବେ । ଏହି ସିଷ୍ଟମରେ ଜଳ ଅବଶୋଷଣ କରିବାର ଅଧିକ ତତ୍ତ୍ୱ ରହିଛି । ଏହି କାରଣରୁ ଏଥିରେ ଅତ୍ୟାଧିକ ପୋରସ ମେଟେରିଆଲ ବ୍ୟବହାର କରାଯାଇଛି, ଯାହାକୁ ମେଟାଲ ଅର୍ଗାନିକ ଫ୍ରେମୱାର୍କ ତଥା ଏମଓଏଫ କୁହାଯାଇଛି ।

ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ଏମଓଏଫ ଜରିଆରେ ପ୍ରତି କିଲୋଗ୍ରାମ ଏମଓଏଫରେ ୨୦୦ ମିଲିଲିଟର ଜଳ ପ୍ରାପ୍ତ କରିବାରେ ସଫଳ ରହିବ । ତେବେ ବୈଜ୍ଞାନିକମାନେ ଆଲୁମିନିୟମ ଆଧାରିତ ଏକ ନୂଆ ଏମଓଏଫ ତିଆରି କରିଛନ୍ତି ଯାହା ୧୫୦ ଗୁଣା ଶସ୍ତା ଅଟେ ଏବଂ ପାଖାପାଖି ଦୁଇ ଗୁଣା ଅଧିକ ଜଳ ଉତ୍ପାଦନ କରାପାରିବ ।