ଛାତ୍ରଛାତ୍ରୀଙ୍କ ଏକାଗ୍ରତାକୁ କମାଇବାରେ ଥାଏ ଏହି ଇଲେକଟ୍ରୋନିକ ଯନ୍ତ୍ରର ହାତ! କେମିତି ଜାଣନ୍ତୁ ।

41

ଅଧିକ ସମୟ ଟିଭି ଦେଖିଲେ ତାହା କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ କ୍ଷତିକାରକ ହୋଇଥାଏ । ଏହା ଆମେ ନିଜେ କହୁ ନାହୁଁ ବରଂ ଏଭଳି ମତ ବ୍ୟକ୍ତ କରିଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ । ଅଧିକାଂଶ ସମୟ ଟିଭି ଦେଖୁଥିବା କିଛି ବ୍ୟକ୍ତି ଏବଂ ଛାତ୍ରଛାତ୍ରୀଙ୍କ ଉପରେ ସେମାନେ ନିକଟରେ ଏକ ସର୍ଭେ କରିଥିଲେ । ଏହି ସମୟରେ ସେମାନଙ୍କ କାର୍ୟ୍ୟଦକ୍ଷତା କିପରି ରହୁଛି ତାହାକୁ ତନତନ କରି ନିରୀକ୍ଷଣ କରିଥିଲେ ବିଶେଷଜ୍ଞମାନେ ।ପାଖାପାଖି ୩-୪ମାସ ପର୍ୟ୍ୟନ୍ତ ସେମାନଙ୍କ କାର୍ଯ୍ୟଧାରାକୁ ତର୍ଜମା କରାଯାଇଥିଲା । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପୂର୍ବରୁ ଏହି ବ୍ୟକ୍ତିମାନେ ଯେଉଁଧାରାରେ କାମ କରୁଥିଲେ ପରବର୍ତ୍ତୀ ସମୟରେ ତାହା ହ୍ରାସ ପାଇଥିବାର ଜଣାପଡିଥିଲା । ତେବେ ଅଧିକାଂଶ ସମୟ ଧରି ଟିଭି ଦେଖିଲେ ସେମାନଙ୍କ ନଜର କେବଳ ଟିଭି ଉପରେ ହିଁ ରହିଥାଏ । ଫଳରେ କାମ ପ୍ରତି ସେମାନଙ୍କର ଆଗ୍ରହ କମିଯାଇଥାଏ ବୋଲି ଗବେଷଣା ରିପୋର୍ଟରେ ତାହା ଉଲ୍ଲେଖ କରାଯାଇଛି ।
ଏଥିସହ ଏହାର ଅଧିକ ପ୍ରଭାବ ଛୋଟ ପିଲା ଏବଂ ପଢା ପିଲାଙ୍କ ଉପରେ ମଧ୍ୟ ବିଶେଷ ଭାବରେ ପଡିଥାଏ । ଅର୍ଥାତ୍ ସିଧାସଳଖ ପିଲାଙ୍କ ମସ୍ତିସ୍କ ଉପରେ ପଡିଥାଏ । ଯାହା ଦ୍ୱାରା ସେମାନଙ୍କ ସ୍ମରଣ ଶକ୍ତି ହ୍ରାସ ପାଇବାର ମଧ୍ୟ ଭୟ ଥାଏ । ଆଉ ଏଥିସହ ପାଠପଢାରେ ମଧ୍ୟ ଏହାର ଗଭୀର ପ୍ରଭାବ ପରିଲକ୍ଷୀତ ହୋଇଥାଏ ।