ଜାତୀୟ ସଂଗୀତ ଶୁଣି ଭାବବିହ୍ୱଳ ହେଲେ ଧାବିକା ! ସୋସିଆଲ୍ ମିଡିଆରେ ଭିଡିଓ ହେଲା ଭାଇରାଲ୍,ଟ୍ୱିଟରରେ ଗୁଣଗାନ କଲେ ମୋଦି । 

56

ଭାରତୀୟ ଧାବିକା ହିମା ଦାସ ଆଇ.ଏ.ଏ.ଏଫ ବିଶ୍ୱ ୨୦ ବର୍ଷରୁ କମ ଦୌଡକୁଦ ପ୍ରତିଯୋଗିତାର ୪ଶହ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହି ସଫଳତା ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ଫିନଲାଣ୍ଡର ଟାମ୍ପେର ଠାରେ ଆୟୋଜିତ ଦୌଡକୁଦ ପ୍ରତିଯୋଗିତାର ଯୋଗ୍ୟତା ପର୍ୟ୍ୟାୟର ଦ୍ରୁତତମ ଧାବିକା ଭାବେ ହିମା ଫାଇନାଲକୁ ଯାଇଥିଲେ । ସେ ୪ଶହ ମିଟରକୁ ୫୧ ଦଶମିକ ୪୬ ସେକେଣ୍ଡରେ ଦୌଡିବା ସହ ପ୍ରଥମ ସ୍ଥାନ ଅଧିକାର କରି ଭାରତକୁ ଗର୍ବିତ କରିଛନ୍ତି । ଆସାମରୁ ଆସିଥିବା ଏହି ୧୮ ବର୍ଷୀୟା ଧାବିକା ଏବେ ଭାରତ ସହ ବିଶ୍ୱବାସୀଙ୍କ ମଧ୍ୟ ପ୍ରିୟ ପାଲଟି ଯାଇଛନ୍ତି । ତେବେ ଏହା କେବଳ ତାଙ୍କ ଜିତ୍ ପାଇଁ ନୁହଁ ବରଂ ତାଙ୍କୁ ସ୍ୱର୍ଣ୍ଣ ପଦକ ମିଳିବା ଅବସରର ସ୍ୱର୍ଣ୍ଣିମ ମୁହୂର୍ତ୍ତ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।

ଦୌଡ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ ସମୟରେ କୃତି ପ୍ରତିଯୋଗୀଙ୍କ ମଧ୍ୟରେ ଜାତୀୟ ସଂଗୀତ ବାଜି ଉଠିଥିôଲା । ଏହି ସମୟରେ ହିମା ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ନିଜ ଦେଶ ଏବଂ ଜାତୀୟ ସଂଗୀତ ପ୍ରତି ତାଙ୍କର ଅହେତୁକ ଭାବକୁ ଦେଖି ସେଠାରେ ଉପସ୍ଥିତ ଥିବା ପ୍ରତିଯୋଗୀ ଏବଂ ଦର୍ଶକ ମଧ୍ୟ ଭାବବିହ୍ୱଳ ହୋଇ ପଡିଥିଲେ । ତେବେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ହିମାଙ୍କ ନିଜ ଦେଶ ପ୍ରତି ଏଭଳି ପ୍ରତିକ୍ରିୟା ଦେଖି ଟ୍ୱିଟରରେ ତାଙ୍କ ଗୁଣଗାନ କରିଥିଲେ ।