ବିଷ ବି ହୋଇପାରେ ମଣିଷ ପାଇଁ ଲାଭଦାୟକ : ଫୁସଫୁସ ରୋଗରୁ ମୁକ୍ତି ଦେବ ମହୁମାଛି ବିଷ !

ଏମଆଇଟିର ଇଂଜିନିୟର ନୂଆ ମାଇକ୍ରୋବିୟଲ ପେପ୍ଟାଇଡ ବିକସିତ କରିଛନ୍ତି ।

135

ବିଷ ମାନବ ଶରୀର ପାଇଁ ଠିକ୍ ନୁହେଁ । ଏହାର ସେବନ କରିବା ଦ୍ୱାରା ମଣିଷ ନିଜ ଜୀବନ ହାରି ଦେଇପାରେ । ସେଇଠି ଏକ ଗବେଷଣାରୁ ସାମନାକୁ ଆସିଛି ଯେ, କେମିତି ବିଷ ମଣିଷର ରୋଗ ପାଇଁ ଲାଭଦାୟକ ହୋଇପାରେ । ରିସର୍ଚ୍ଚରେ ସାମନାକୁ ଆସିଛି ଯେ, କେମିତି ବିରୁଡି ଓ ମହୁମାଛିର ବିଷ ଫୁସଫୁସ ରୋଗ ପାଇଁ ଲାଭକାରୀ ହେବ । ଜାଣନ୍ତୁ ରିସର୍ଚ୍ଚ କ’ଣ କହୁଛି । ଏମଆଇଟିର ଇଂଜିନିୟର ନୂଆ ମାଇକ୍ରୋବିୟଲ ପେପ୍ଟାଇଡ ବିକସିତ କରିଛନ୍ତି । ଯାହା ଶ୍ୱାସ ଓ ଅନ୍ୟ ସଂକ୍ରମଣକୁ ବ୍ୟାପକ କରୁଥିବା ଜୀବାଣୁ ଉପରେ କାବୁ ପାଇବ ।

ବିରୁଡି କିମ୍ବା ମହୁମାଛି ଭଳି କୀଟର ବିଷ ସେହି ପଦାର୍ଥ ଦ୍ୱାରା ଭରପୂର ଥାଏ, ଯାହା ଜୀବାଣୁକୁ ମାରେ । ଦୁର୍ଭାଗ୍ୟପୂର୍ଣ୍ଣ ଏହା ଯେ, ଏ ଭିତରୁ କିଛି ପଦାର୍ଥ ଲୋକଙ୍କ ପାଇଁ ବିଷାକ୍ତ ହୋଇଥାଏ । ଯଦ୍ୱାରା ଏହାର ଆଣ୍ଟି ବାୟୋଟିକ୍ ଔଷଧ ରୂପେ ବ୍ୟବହାର କରିବା ଅସମ୍ଭବ ହୋଇଯାଏ । ପୁନର୍ବାର ଏହାର ଅଧ୍ୟୟନ କରାଗଲା ଏବଂ ପେପ୍ଟାଇଡକୁ ଅନ୍ୟ ପ୍ରକାରରେ ତିଆରି କରିବାକୁ ଚେଷ୍ଟା କରାଗଲା । ଯାହାକି ଜୀବାଣୁଙ୍କ ସଂକ୍ରମଣକୁ ରୋକିବ ଏବଂ ମାନବ କୋଷ ପାଇଁ ବିଷାକ୍ତ ନହେବ । ଏହାର ପ୍ରଣାଳୀଗତ ଉପାୟରେ ଅଧ୍ୟୟନ କଲାପରେ, ସେମାନେ ତାହାର ଗତିବିଧି ଓ ଗୁଣକୁ ଅନୁକୂଳ ବନାଇବାରେ ସକ୍ଷମ ଅଛନ୍ତି । ମାନବ ନିର୍ମିତ କିଡନୀରେ ପ୍ରୟୋଗ କରିବା ପରେ ବିଶେଷଜ୍ଞ ଦେଖିଲେ କି ତାହା ସଂପୂର୍ଣ୍ଣ ରୂପେ ସଂକ୍ରମଣକୁ ସମାପ୍ତ କରିଦେଲା ।