କ୍ୟାନସର ରୋଗର ପ୍ରାଥମିକ ଲକ୍ଷଣ ! ଜାଣିରଖନ୍ତୁ, କ୍ୟାନସର ରୋଗର କିଛି ତଥ୍ୟ

209

କ୍ୟାନସର ରୋଗ ଏବେ ପୂରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଆଧୁନିକ ସମାଜରେ ପରିବର୍ତ୍ତିତ ଜୀବନ ଶୈଳୀ ହିଁ କ୍ୟାନସର ରୋଗର ମୂଳ କାରଣ । ଏହି ରୋଗ ପାଇଁ ଏବେ ଅଧିକାଂଶ ଲୋକ ପ୍ରାଣ ହରାଉଛନ୍ତି । ଚିକିତ୍ସା କ୍ଷେତ୍ରରେ ଅନେକ ପରିବର୍ତ୍ତନ ହୋଇଥିଲେ ମଧ୍ୟ କ୍ୟାନସର ପାଇଁ ଏପଯ୍ୟନ୍ତ ଔଷଧ ବାହାରି ନାହିଁ । ତେବେ ପ୍ରାଥମିକ ଅବସ୍ଥାରୁ ଯଦି କ୍ୟାନସରର ଲକ୍ଷଣ ଜାଣି ପାରିବେ ତେବେ ତେବେ ଏଥିରୁ ରକ୍ଷା ପାଇ ପାରିବେ । କାରଣ ଅଧିକାଂଶ ଲୋକ ଶେଷ ପର୍ଯ୍ୟାୟରେ ଏହି ରୋଗକୁ ଚିହ୍ନିପାରନ୍ତି ।କିନ୍ତୁ ସେତେବେଳେ ଚିକିତ୍ସା କଲେ ମଧ୍ୟ କୌଣସି ସୁଫଳ ମିଳିନଥାଏ । ତେବେ କ୍ୟାନସର ହେବା ମାତ୍ରେ ଶରୀରକୁ ବିଭିନ୍ନ ସଂକେତ ଦେଇଥାଏ । କିନ୍ତୁ ଅନେକ ଲୋକ ଏହା ଜାଣି ପାରିନଥାନ୍ତି । ତେବେ ଶରୀର ମଧ୍ୟରେ ଏମିତି କିଛି ଲକ୍ଷଣ ଦେଖାଯାଇଥାଏ ଯାହା କ୍ୟାନସର ରୋଗର ପ୍ରାଥମିକ ଲକ୍ଷଣ ।

cancerଅନ୍ତ୍ରନଳୀରେ ସମସ୍ୟା : ଖାଦ୍ୟ ନଳୀର ନିମ୍ନ ପାଶ୍ୱର୍ରେ ସମସ୍ୟା ଦେଖାଦେବା କିଛି ନୂଆ କଥା ନୁହେଁ । ତେବେ ଯଦି ବାରମ୍ବାର ଖାଦ୍ୟନଳୀରେ ସମସ୍ୟା ଦେଖା ଯାଉଥାଏ ତେବେ ସାବଧାନ ହୋଇଯାଆନ୍ତୁ । ଏହା କୋଲେରେକ୍ଟଲ କ୍ୟାନସରର ପ୍ରାଥମିକ ଲକ୍ଷଣ ହୋଇପାରେ । ଏହାଦ୍ୱାରା ପେଟରେ ଗ୍ୟାସ ଜନିତ ସମସ୍ୟା ଓ ପେଟରେ ପ୍ରବଳ କଷ୍ଟ ହୋଇଥାଏ । ତେଣୁ ଏଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଆବଶ୍ୟକ ।

ମୁତ୍ରରେ ରକ୍ତ ପଡିବା : ମଳ ତ୍ୟାଗ କରିବା ବେଳେ ଯଦି ମଳାଶୟରୁ ରକ୍ତ ପଡିଥାଏ ତେବେ ଏହାର କ୍ୟାନସରର ପ୍ରାଥମିକ ଲକ୍ଷଣ ହୋଇପାରେ । ଏହାଳ କୋଲେନ କ୍ୟାନସରର ସଂକେତ ଦେଇଥାଏ । ଠିକ୍ ସେହିପରି ଯଦି ମଳ-ମୁତ୍ର ତ୍ୟାଗ କରିବା ସମୟରେ ଯଦି କଷ୍ଟ ଅନୁଭୂତ ହୁଏ କିମ୍ବା ରକ୍ତ ପଡିଥାଏ ତେବେ ଏହା ପ୍ରୋଷ୍ଟେଟ କ୍ୟାନସରର ଲକ୍ଷଣ ହୋଇଥାଏ । ଏଭଳି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ରାତିରେ ଶରୀରୁ ଝାଳ ବାହାରିବା : ଶରୀରରୁ ଝାଳ ବାହାରିବା ଏକ ସାଧାରଣ କଥା । ଯଦି ରାତିରେ ଶରୀରରୁ ଅଧିକ ମାତ୍ରାରେ ଝାଳ ବାହାରୁଥାଏ ତେବେ ଏହା କୌଣସି ଔଷଧର ପାଶ୍ୱର୍ ପ୍ରତିକିୟା ବୋଲି ଧରି ନିଆ ଯାଇଥାଏ । କିନ୍ତୁ ଯଦି ଏହି ସମସ୍ୟା ଅନେକ ଦିନ ଧରି ଦେଖାଯାଏ ତେବେ ଏହା ଚିନ୍ତାଜନକ ବିଷୟ । ତେଣୁ ଏଭଳି ପରିସ୍ଥିତି ଦେଖାଦେଲେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଆଦୌ ଭୂଲନ୍ତୁ ନାହିଁ ।

cancer 2ଲଗାତାର ପିଠି ଯନ୍ତ୍ରଣା ଓ ଶରୀର ଦୁର୍ବଳ ଲାଗିବା : ଅଧିକ କାମ କିମ୍ବା ଠିକ୍ ଭାବେ ନ ବସିବା ଯୋଗୁଁ ଅନେକ ସମୟରେ ପିଠି ଯନ୍ତ୍ରଣା ହୋଇଥାଏ । ତେବେ ଲଗାତାର ପିଠିରେ ଯନ୍ତ୍ରଣା ହେବା କୋଲେରେକ୍ଟଲ ବା ପୋଷ୍ଟ୍ରେଟ କ୍ୟାନସରର ପ୍ରାଥମିକ ଲକ୍ଷଣ ହୋଇପାରେ । ଏହାଛଡା ଅଣ୍ଟା ପାଖ ଆଖ ମାଂସପେଶୀରେ ଯନ୍ତ୍ରଣା ଅନୁଭୂତ ହେବା ଓ ଅତ୍ୟଧିକ ଥକ୍କା ଲାଗିବା କ୍ୟାନସରର ପ୍ରାଥମିକ ଲକ୍ଷଣ ।

ଓଜନ କମିବା : ଯଦି ବିନା କୌଣସି କାରଣରେ ଆପଣଙ୍କ ଓଜନ କମୁଥାଏ ତେବେ ସାବଧାନ ହୋଇଯାଆନ୍ତୁ । କାରଣ ବିନା କାରଣରେ ଓଜନ କମିବା କ୍ୟାନସରର ପ୍ରାଥମିକ ଲକ୍ଷଣ । ଏହାଛଡା ଭୋକ କମ ଲାଗିବା, ଅଧିକ ଖାଇ ନ ପାରିବା କ୍ୟାନସରର ଲକ୍ଷଣ । ଯଦି କୌଣସି ପ୍ରୟାସରେ ଶରୀରର ଓଜନ ୫ କିଲୋ କମିବା ଆରମ୍ଭ କରେ ତେବେ ଏହା କ୍ୟାନସରର ପ୍ରାଥମିକ ଲକ୍ଷଣ ହୋଇପାରେ । ଏଥିପ୍ରତି ସାବଧାନ ରହିବା ଆବଶ୍ୟକ ।

cancer 3ଲଗାତାର କାଶ ହେବା : ଥଣ୍ଡା ଓ ସର୍ଦ୍ଦିକୁ ଛାଡି ଧୂମପାନ କରୁଥିବା ଅଧିକାଂଶ ଲୋକଙ୍କର ଲଗାତାର କାଶ ହୋଇଥାଏ । ତେବେ ବିନା କାରଣରେ ଲଗାତାର କାଶ ହେବା ଫୁସଫୁସ ଜନିତ କ୍ୟାନସରର ମୂଳ ଲକ୍ଷଣ ହୋଇପାରେ । ଏହାଛଡା କାଶିବା ସମୟରେ ରକ୍ତ ପଡୁଥାଏ ତେବେ ଡାକ୍ତରଙ୍କ ସହ ତୁରନ୍ତ ସର୍ମ୍ପକ କରିବା ଆବଶ୍ୟକ । ଏହାଛଡାରେ ଗଳାରେ ସମସ୍ୟା ଦେଖାଦେବା ଓ ଖାଦ୍ୟ ଢୋକିବା ସମୟରେ ଯନ୍ତ୍ରଣା ହେଉଥିଲେ ସିଧାସଳଖ ଡାକ୍ତରଙ୍କ ସହ ସର୍ମ୍ପକ କରନ୍ତୁ ।

ନିୟମିତ କଲରା ଖାଆନ୍ତୁ : ଅଧିକାଂଶ ଲୋକ କଲରା ଖାଇବାକୁ ପସନ୍ଦ କରନ୍ତି ନାହିଁ । ତେବେ କଲରାରେ ଏମିତି ଏକ ପୋଷକ ତତ୍ତ୍ୱ ରହିଛି ଯାହା କ୍ୟାନସରକୁ ମାତ ଦେବାକୁ ସକ୍ଷମ । ପ୍ରତିଦିନ ଏକ ଗ୍ଲାସ କଲରା ଜୁସ ପିଇବା ଦ୍ୱାରା ଅଗ୍ନାଶୟରେ କ୍ୟାନସର କୋଷିକା ସୃଷ୍ଟି କରୁଥିବା କାରକ ନଷ୍ଟ ହୋଇଥାଏ । ମୂଷା ଉପରେ ହୋଇଥିବା ଏକ ଗବେଷଣା ଅନୁଯାୟୀ, ପ୍ରତିଦିନ ଏକ ଗ୍ଲାସ କଲରା ଜୁସ ପିଇବା ଦ୍ୱାରା କ୍ୟାନସର ରୋଗ ପାଇଁ ଚିକିତ୍ସା କରାଯାଉଥିବା କେମୋଥେରୋପି ଠାରୁ ମଧ୍ୟ ପ୍ରଭାବଶାଳୀ ହୋଇଥାଏ ।