ଦିଲ୍ଲୀକୁ ଘୋଡେଇଛି ପ୍ରଦୂଷଣର ଚାଦର ! ବିଷାକ୍ତ କୁହୁଡିର ବଳୟରେ ରାଜଧାନୀ, ମାସ୍କ ପିନ୍ଧି ଘରୁ ବାହାରୁଛନ୍ତି ଲୋକେ ।

125

କନକ ବ୍ୟୁରୋ : ଚିନ୍ତାରେ ଦିଲ୍ଲୀବାସୀ । କେବେ ସହର ହେବ ବିଷାକ୍ତମୁକ୍ତ କୁହୁଡ଼ି କବଳରୁ ମୁକ୍ତ । ଦିନକୁ ଦିନ ବାୟୁପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି  । ସେପଟେ ବାୟୁ ପ୍ରଦୂଷଣକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ବିଜେପି, ଦିଲ୍ଲୀ ସରକାରଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି ।

ଦିଲ୍ଲୀକୁ ଘେରିଛି ବିଷ ବଳୟ । ଦିଲ୍ଲୀ ବାୟୁରେ ମିଶିଛି ବିଷ । ପ୍ରଦୁଷଣର କୁହୁଡ଼ି ଓ ଧୁଆଁ ଘେରରେ ରାଜଧାନୀ ଦିଲ୍ଲୀ । ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଦିନକୁ  ଦିନ ରାଜଧାନୀ ଦିଲ୍ଲୀରେ ସଙ୍ଗୀନ ହେବାରେ ଲାଗିଛି ବାୟୁ ପ୍ରଦୂଷଣ ସ୍ଥିତି । ଦିଲ୍ଲୀ ଓ ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାର ଲାଗିଛି । ଏଭଳି ପରିସ୍ଥିତି ଦିଲ୍ଲୀବାସୀଙ୍କୁ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇବା ଆଶଙ୍କା ପ୍ରକାଶ ପାଇଛି । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ ଦିଲ୍ଲୀ ବାସିନ୍ଦା ମାସ୍କପିନ୍ଧି ଘରୁ ବାହାରକୁ ବାହାରୁଛନ୍ତି । ସେପଟେ ସୁପ୍ରିମକୋଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀ ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଛି  ।

କାହିଁକି ବଢୁଛି ଦିଲ୍ଲୀରେ ପ୍ରଦୂଷଣ ? କିଏ ଦିଲ୍ଲୀବାସୀଙ୍କୁ ପରସୁଛି ବିଷ ବାୟୁ  ? କାହିଁକି ଫେଲ ମାରୁଛି ପ୍ରଶାସନର ପଦକ୍ଷେପ ? ଜନସଂଖ୍ୟା ଓ ଗାଡ଼ିମଟର ବୃଦ୍ଧି ତାସାଙ୍ଗକୁ ଜଙ୍ଗଲକ୍ଷୟ ଓ ଅଧିକ ସଂଖ୍ୟାରେ କଳକାରଖାନା ଦିଲ୍ଲୀ ପ୍ରଦୂଷଣ ସ୍ଥିତିକୁ ସଙ୍ଗୀନ କରିବାରେ ଲାଗିଛି । ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ୁଥିବା ବେଳେ ସେପଟେ ଦିଲ୍ଲୀର ଜଙ୍ଗପୁରା ଜଙ୍ଗଲରେ ରବିବାର ରାତିରେ ନିଆଁ ଲାଗିଥିଲା ।  ନିଆଁ ଲାଗିବା ପରେ ବାହାରିଥିବା ଧୁଆଁ ଦିଲ୍ଲୀକୁ ଆହୁରି ବାୟୁ ପ୍ରଦୂଷଣ ଭିତରକୁ ଠେଲି ଦେଇଛି । ସେପଟେ ବାୟୁ ପ୍ରଦୂଷଣକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି । ସେପଟେ ଆସୁଛି ଦୀପାବଳୀ । ଦୀପାବଳୀ ପୂର୍ବରୁ ଦିଲ୍ଲୀର ବାୟୁପ୍ରଦୂଷଣ ସ୍ଥିତିକୁ ନେଇ ଚିନ୍ତାରେ ପଡ଼ିଯାଇନ୍ତି ଦିଲ୍ଲୀବାସୀ । ଦିପାବଳୀ ପରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଯେ ଆହୁରି ଭୟଙ୍କର ହେବ ଏଥିରେ କୌଣସି ସନ୍ଦେହ ନାହିଁ ।