ମୌସୁମୀ ଯୋଗୁଁ ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ଚେତାବନୀ : ବହିବ କୋହଲା ପବନ

30

କନକ ବ୍ୟୁରୋ : ସାରା ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ହୋଇଛି । ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସତର୍କତା ସୂଚନା ଜାରି କରିଛି ପାଣିପାଗ ବିଭାଗ । ପୁରୀ, କଟକ, କନ୍ଧମାଳ, ବାଲେଶ୍ୱର, ଖୋର୍ଧା, ତାଳଚେର, ବୌଦ୍ଧ, ଭବାନୀପାଟଣା, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ, ଗଞ୍ଜାମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ କୋହଲା ପବନ ବହିବ ବୋଲି ଆକଳନ କରାଯାଇଛି । ତେବେ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ପରିମାଣ ସ୍ୱାଭାବିକ ଠାରୁ ଅଧିକ ରହିବ । କିନ୍ତୁ ଜୁନ୍ ୨୯ରୁ ଜୁଲାଇ ୫ ପର୍ଯ୍ୟନ୍ତ କମ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ଦିନଗୁଡିକରେ ଦୁର୍ବଳ ମୌସୁମୀ ଯୋଗୁଁ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ମାମାନ୍ୟ ବୃଦ୍ଧି ପାଇବ ।

ତେବେ ରାତିର ତାପମାତ୍ରା କମ ରହିବ । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏବେ ବି ଓଡିଶାରେ ସକ୍ରିୟ ରହିଛି । ଉପକୂଳ ଓ ଉତ୍ତର ଓଡିଶାରେ ବର୍ଷା ଜାରି ରହିଛିା ଆସନ୍ତା ୪୮ଘଂଟା ମଧ୍ୟରେ ଆଉ କିଛି ଜିଲ୍ଲାରେ ମୌସୁମୀ ସକ୍ରିୟ ହୋଇପାରେ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ବାଂଲାଦେଶର ଦକ୍ଷିଣାଂଚଳରେ ରହିଛି । ତାହାର କୌଣସି ପ୍ରଭାବ ମୌସୁମୀ ଉପରେ ପଡିବ ନାହିଁ । ଗତ ୨୪ ଘଂଟା ମଧ୍ୟରେ ଉତ୍ତର ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହୋଇଛି । ଭୁବନେଶ୍ୱରରେ ୨୪ଘଂଟା ଭିତରେ ୧୮ମିଲିମିଟର ବର୍ଷା ହୋଇଛି ।