କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ଘଟଣା ! ୭ ଜଣଙ୍କୁ ଗିରଫ କଲା ପୋଲିସ୍

27

କନକ ବ୍ୟୁରୋ : ଆଳିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡି ଉପରକୁ ଅଣ୍ଡାମାଡ଼ ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ୍ । ତେବେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ଚିଠି ଲେଖି ଜୁଏଲ ଅଭିଯୋଗ କରିବା ଓ ରାଜ୍ୟ ଗୃହ ସଚିବଙ୍କୁ କେନ୍ଦ୍ର ଗୃହମନ୍ତ୍ରାଳୟ ରିପୋର୍ଟ ତଲବ କରିବା ପରେ ପରେ ୭ଜଣ ଗିରଫ ହୋଇଛନ୍ତି  ।

ଏପଟେ ଜୁଏଲଙ୍କୁ ଅଣ୍ଡାମାଡ଼ ପ୍ରସଙ୍ଗରେ ବିଜେପି-ବିଜେଡି କଥା କଟାକଟି ଭିତରେ ଆଉଏକ ଦିଗ ମଧ୍ୟ ସାମ୍ନାକୁ ଆସିଛି । ଯାହାର ଉତ୍ତର ରଖିଛନ୍ତି ନିଜେ ଜୁଏଲ ଓରାମ । ଧର୍ମେନ୍ଦ୍ରଙ୍କ ଉପରେ କାହିଁକି ଅଣ୍ଡାମାଡ଼ ହେଉନାହିଁ ବୋଲି ଜଣେ ସାମ୍ବାଦିକ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ପ୍ରଶ୍ନ କରିଥିଲେ ଏବଂ ଜୁଏଲ ମଧ୍ୟ ଏହାର ଉତ୍ତର ରଖିଥିଲେ । ସେ କହିଥିଲେ କି, ଧର୍ମେନ୍ଦ୍ରଙ୍କ ପାଖରେ ଲୋକବଳ ଅଧିକ । ତେଣୁ ତାଙ୍କୁ ଅଣ୍ଡାମାଡ଼ କରିବାକୁ ଭୟ କରୁଥାଇ ପାରନ୍ତି ବିଜେଡି କର୍ମୀ ।