ହ୍ୱାଟ୍ସଆପରେ ଏଭଳି ମେସେଜ୍ କରୁଥିଲେ ସାବଧାନ ! ଖବର ପାଇବା ମାତ୍ରେ ଘରୁ ଉଠାଇନେବ ପୋଲିସ୍ ।

477

କିଛି ଦିନ ତଳେ ଉତ୍ତରପ୍ରଦେଶ ବାଗପତ୍ ଜିଲ୍ଲାର ଏକ ହ୍ୱାଟ୍ସଆପ୍ ଗ୍ରୁପର ଆଡମିନ୍ କୁ ପୋଲିସ୍ ଗିରଫ କରିଥିଲା । ଜୋସ୍ ନାମକ ଏହି ଗ୍ରୁପରେ ଆପତ୍ତିଜନକ ପୋଷ୍ଟ୍ ହେଉଥିବା ଏବଂ ଦେଶଦ୍ରୋହ ଭଳି ପୋଷ୍ଟ ସେୟାର୍ ହେଉଥିଲା । ଯେଉଁଥିରେ ପୋଲିସ୍ ଆଡମିନ୍ କୁ ଗିରଫ କରିଥିଲା । ଏହି ଗ୍ରୁପରେ ଭାରତ,ପାକିସ୍ଥାନ ସହ ଜଡିତ ଥିବା କମେଣ୍ଟ୍ ପଠାଯାଉଥିଲା । ତେବେ ଏ ନେଇ ଆଡମିନ୍ କୁ ଯେତେବେଳେ ପ୍ରଶ୍ନ କରାଗଲା ସେ କହିଥିଲେ ଏକ ଲିଙ୍କ୍ ଜରିଆରେ ମତେ ଏହି ଗ୍ରୁପ୍ ସହ ଯୋଡାଗଲା । ମୁଁ ଏହି ଗ୍ରୁପର କୌଣସି ସଦସ୍ୟଙ୍କୁ ଜାଣିନାହିଁ । ତେବେ ପୋଲିସ୍ ହ୍ୱାଟ୍ସଆପ୍ ରେ ଏଭଳି କଣ୍ଟେଣ୍ଟ ଯୋଡିବାକୁ ମନା କରିଥିଲେ ହେଁ ଏହା ଚାଲୁଛି । ତେବେ ଏନେଇ ଅନେକ ଅଡିଓ,ଭିଡିଓ ଏବଂ ଫଟୋ ମଧ୍ୟ ଭାଇରାଲ୍ ହୋଇଥିଲା ଯାହାକୁ ପୋଲିସ୍ ପୋଷ୍ଟ କରିବା ପାଇଁ ବାରଣ କରିଛି ।

ଯଦି ଆପଣ ମଧ୍ୟ ଏଭଳି ଗ୍ରୁପରେ ସକ୍ରିୟ ରହିଛନ୍ତି ତେବେ ଆଇପିସି ଏବଂ ଇନଫରମେସନ୍ ର ଧାରା ସହିତ ଆପଣଙ୍କୁ ବି ପୋଲିସ୍ ଗିରଫ କରିପାରିବ । କେବଳ ଏତିକି ହି ନୁହଁ ଆପଣ ଜେଲ୍ ମଧ୍ୟ ଯିବାର ଅନେକ ସମ୍ଭାବନା ରହିଛି । ତେବେ ଜାଣିରଖନ୍ତୁ କେଉଁ ଭଳି କଣ୍ଟେଣ୍ଟ ହ୍ୱାଟ୍ସଆପ୍ ରେ ପକାଇବା ଜରୁରୀ ନୁହଁ ।

୧ . ଆପଣ ଯଦି ଗ୍ରୁପ୍ ଆଡମିନ୍ ଅଛନ୍ତି ତେବେ କୌଣସି ପ୍ରକାର ଆପତ୍ତିଜନକ ପୋଷ୍ଟ୍ ,ଭିଡିଓ ଏବଂ ଅଡିଓ ତଥା ମେସେଜ୍ ରେ କଣ୍ଟେଣ୍ଟ ଦିଅନ୍ତୁ ନାହିଁ ନଚେତ୍ ଖୁବ୍ ହଇରାଣ ହେବେ ।

୨ . କୌଣସି ପ୍ରକାରର ଧାର୍ମିକ ଭିଡିଓ, ଫଟୋ,ଲେଖା,ଐତିହାସିକ ଘଟଣା ସେୟାର୍ କରନ୍ତୁ ନାହିଁ ।

୩ . ଜାତି କିମ୍ବା ଧର୍ମକୁ ଉସୁକାଇବା ଭଳି ଲେଖା ସେୟାର୍ କରନ୍ତୁ ନାହିଁ ।