ପାକିସ୍ତାନ କ୍ରିକେଟ ଟିମ୍ ମୁଖ୍ୟ କୋଚଙ୍କ ଚାଂଚଲ୍ୟକର ବୟାନ: କହିଲେ, ଭାରତଠାରୁ ତାଙ୍କ ଟିମ୍ ହାରିବା ପରେ ଆତ୍ମହତ୍ୟା ପାଇଁ ଚାହୁଁଥିଲେ ମିକି ଆର୍ଥର

ବିଶ୍ୱକପ ମ୍ୟାଚକୁ ନେଇ ଅନେକ କିଛି ଆଶା କରୁଛନ୍ତି କ୍ରୀଡାପ୍ରେମୀ

309

କନକ ବ୍ୟୁରୋ: ବିଶ୍ୱକପ କ୍ରିକେଟରେ ଭାରତଠାରୁ ହାରିବା ପରେ ପ୍ରଥମେ ଆତ୍ମହତ୍ୟା କରିବାକୁ ଇଚ୍ଛା ହୋଇଥିଲା । ପାକିସ୍ତାନ କ୍ରିକେଟ ଟିମର ବରିଷ୍ଠ କୋଚ ମିକି ଆର୍ଥର ଏହା କହିଛନ୍ତି । ଆର୍ଥର କହିଛନ୍ତି, ମାଂଚେଷ୍ଟର ମ୍ୟାଚରେ ପାକିସ୍ତାନ ୮୯ ରନରେ ଭାରତ ଠାରୁ ପରାଜୟ ବରଣ କରିଥିଲା । ଗତ ରବିବାର ଦିନ ମୁଁ ଆତ୍ମହତ୍ୟା କରିବାକୁ ଚାହୁଁଥିଲି । ସବୁ ଘଟଣା ଏତେ ଶୀଘ୍ର ଘଟିଲା ଏବଂ ପାକିସ୍ତାନ ହାରିଗଲା । ବିଶ୍ୱକପର ମ୍ୟାଚ ଉପରେ ଗଣମାଧ୍ୟମର ନଜର ରହିଥିଲା ।

ସମସ୍ତେ ଏହି ମ୍ୟାଚ ଗୁଡିକୁ ଗୁରୁତ୍ୱ ଦେଇଥାନ୍ତି । କ୍ରିକେଟପ୍ରେମୀମାନଙ୍କର ଏହି ମ୍ୟାଚରୁ ବହୁତ ଆଶା ରହିଥାଏ । ଭାରତ ବିପକ୍ଷରେ ପାକିସ୍ତାନର ହାର ଲକ୍ଷ ଲକ୍ଷ ପାକିସ୍ତାନ ଫ୍ୟାନଙ୍କୁ ନିରାଶ କରିଥିଲା । ଏପରିକି ପାକିସ୍ତାନ ଟିମ ଭଲ ପ୍ରଦର୍ଶନ କରୁ ବୋଲି ସମାଲୋଚନା କରି ଅନେକ ଭିଡିଓ ଏବଂ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ଅଧିନାୟକ ସର୍ଫରାଜଙ୍କୁ ମଧ୍ୟ ଅନେକ ଫ୍ୟାନ ସମାଲୋଚନା କରିବାର ଭିଡିଓ ମଧ୍ୟ ଦେଖିବାକୁ ମିଳିଥିଲା ।

ତେବେ କୋଚଙ୍କ ଏପରି ବୟାନ ପାକିସ୍ତାନଖେଳାଳିଙ୍କ ଉପରେ ଭଲ ପ୍ରଦର୍ଶନ କରିବାପାଇଁ ଏକ ପ୍ରକାର ଚାପ ସୃଷ୍ଟି କରିଥିବା ଅନୁମାନ କରାଯାଉଛି । ଆଗକୁ ହେବାକୁ ଥିବା ମ୍ୟାଚରେ ପାକିସ୍ତାନ ତାର ପ୍ରଦର୍ଶନକୁ କେତେ ଗୁରୁତ୍ୱ ଦେଉଛି ଏବେ ତା ଉପରେ କ୍ରିଡାପ୍ରେମୀ ବିଶେଷ କରି ପାକିସ୍ତାନ ଫ୍ୟାନଙ୍କ ନଜର ରହିଛି ।