ଋଷି କପୁରଙ୍କ ପାକିସ୍ତାନ ପ୍ରେମ ! ମରିବା ପୂର୍ବରୁ ଶତ୍ରୁ ଦେଶ ଦେଖିବାକୁ ଇଚ୍ଛା

40

ବଲିଉଡର ଭେଟରାନ ଅଭିନେତା ଋଷି କପୁରଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର । ଋଷି କହିଛନ୍ତି, ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷଙ୍କ ଫାରୁକ ଅବଦୁଲ୍ଲାଙ୍କ ମନ୍ତବ୍ୟ ସହ ଏକମତ । ଫାରୁକ କହିଥିଲେ କି ପାକ ଅଧିକୃତ କାଶ୍ମୀର ହେଉଛି ପାକିସ୍ତାନର ।  ଭାରତ -ପାକିସ୍ତାନ ମଧ୍ୟରେ ଯେତେ ଯୁଦ୍ଧ ହେଲେବି ଏଥିରେ କୌଣସି ପରିବର୍ତନ ହେବା ଉଚିତ ନୁହେଁ । ଶନିବାର ଫାରୁକ କହିଥିଲେ ଏକ ‘ସ୍ୱତନ୍ତ୍ର କାଶ୍ମୀର’ କଥା ଭୁଲ । କାରଣ ଏହି ଭୂଖଣ୍ଡକୁ ତିନି ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଚୀନ, ପାକିସ୍ତାନ ଓ ଭାରତ ଘେରି ରହିଛନ୍ତି ।

ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ୠଷି କପୁର । ସେ ଟ୍ୱିଟକରି ଲେଖିଛନ୍ତି ‘ ମୋର ବୟସ ୬୫ ବର୍ଷ । ମୁଁ ମୃତ୍ୟୁ ପୂର୍ବରୁ ପାକିସ୍ତାନ ଦେଖିବାକୁ ଚାହୁଁଛି । କାରଣ ମୋର ପିଲାମାନେ ତାଙ୍କର ଜନ୍ମଭୂମି ଦେଖିବା ଦରକାର । ବାସ ଏତିକି ହେଇଯାଉ ।’ ଭାରତ- ପାକିସ୍ତାନ ମଧ୍ୟରେ ଗୁଳିଗୋଳା ବର୍ଷା ହୋଇ ଅନେକ ଜବାନ ଶହିଦ ହେଉଥିବା ବେଳେ ଋଷିଙ୍କ ପାକିସ୍ତାନ ପ୍ରେମକୁ ନେଇ ଚର୍ଚା ଜୋର ଧରିଛି ।