କଳାହାଣ୍ଡିରେ ୱାନାକ୍ରାଏ ରନସମୱେର ଭାଇରସ ଆଟାକ ! କେସିଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଦୁଇଟି ସିଷ୍ଟମ ହ୍ୟାକ ସୂଚନା

50

କନକ ବ୍ୟୁରୋ : ବ୍ରହ୍ମପୁର ସିଟି ହସ୍ପିଟାଲ, ପୁରୁଷୋତମ ପୁର ମେଡିକାଲ ଓ ଟିଟଲାଗଡ ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କ ପରେ କଳାହାଣ୍ଡିରେ ୱାନାକ୍ରାଏ ରନସମୱେର ଭାଇରସ ଆଟାକ । କେସିଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଦୁଇଟି ସିଷ୍ଟମ ହ୍ୟାକ ହୋଇଥିବା ଜଣାପଡିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଓøଷଧ ବିତରଣ କେନ୍ଦ୍ରର ଦୁଇଟି ସିଷ୍ଟମ ହ୍ୟାକ ହୋଇଥିବା ମେଡିକାଲ କତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ ଭାଇରସ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଂଚ ।