ଭାରତ ବଜାର ଉପରେ ୱାଲମାର୍ଟର ଆଖି ! ପ୍ରବେଶ ପାଇଁ ବଡ ଧରଣର ଯୋଜନା ।

50

ଦୁନିଆର ସବୁଠାରୁ ବଡ ରିଟେଲର କମ୍ପାନୀ ଏବଂ ଆମେରିକାର ରିଟେଲ ଚେନ ୱାଲମାର୍ଟ ଭାରତର କମ୍ପାନୀ ଫ୍ଲିପକାର୍ଟ ସହ ଡିଲ କରିଛି । ଏହି ଡିଲରେ ୱାଲମାର୍ଟ ଇ-ରିଟେଲିଂ ଦୁନିଆରେ ନିଜର ପ୍ରତିଦ୍ୱନ୍ଦି ଆମାଜନକୁ ଭାରତୀୟ ବଜାରରେ ଚ୍ୟାଲେଞ୍ଚ ଦେଇଛି ।

 ବିଶ୍ୱ ବଜାରରେ ସମସ୍ତ ପ୍ରକାର ଚ୍ୟାଲେଞ୍ଚକୁ ପୁରାକରି ଆସୁଥିବା ୱାଲମାର୍ଟ ପାଇଁ ଏହି ଡିଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହି ଡିଲ ସାହାଯ୍ୟରେ ୱାଲମାର୍ଟ ଇ-ରିଟେଲିଂ ଦୁନିଆରେ ସବୁଠାରୁ ବଡ କମ୍ପାନୀ ହେବାକୁ ନିଜର ଚେଷ୍ଟା ଚଳାଇଛି ।

ବିଶ୍ୱ ବଜାରରେ ୱାଲମାର୍ଟ ଭାରତର ସବୁଠାରୁ ବଡ ଇ-ରିଟେଲ ଫ୍ଲିପକାର୍ଟର ୫୫ ପ୍ରତିଶତ ଅଂଶଦାର ହେବାର ପ୍ରୟାସ ଜାରି ରଖିଛି । ଏହା ଦ୍ୱାରା ଆମେରିକାରେ ଆମାଜନକୁ ପଛରେ ପକାଇ ବିଶ୍ୱ ବଜାରରେ ପ୍ରଥମ ସ୍ଥାନ ଅଧିକାର କରିବା ପାଇଁ ଚେଷ୍ଟା ଚଳାଇଛି ।

ଭାରତରେ ଆମାଜନ ସହ ଟକ୍କର :

ଫ୍ଲିପକାର୍ଟ ଏବଂ ୱାଲମାର୍ଟ ଡିଲ ଦ୍ୱାରା ୱାଲମାର୍ଟ ଭାରତୀୟ ବଜାରରେ ନିଜର ସବୁଠୁ ବଡ ପ୍ରତିଦ୍ୱନ୍ଦୀ ଆମାଜନକୁ ଟକ୍କର ଦେବ । ସୂଚନା ଅନୁଯାୟୀ, ଆମାଜନ ମଧ୍ୟ ଭାରତରେ ନିଜର ପ୍ରାଧାନ୍ୟ ବଢାଇବା ପାଇଁ ଫ୍ଲିପକାର୍ଟ ସହ ପାର୍ଟନରସିପ କରିବାକୁ ଚାହୁଁଛି । କିନ୍ତୁ ୱାଲମାର୍ଟରୁ ଅଧିକ ଅଫର ମିଳୁଥିବାରୁ ଫ୍ଲିପକାର୍ଟ ଆମାଜନ ସହ ଡିଲ କରିବା ପାଇଁ ରାଜି ହେଉ ନାହିଁ ।

ମେକ ଇନ ଇଣ୍ଡିଆକୁ ମିଳିବ ସାହାରା :

ଦୁନିଆର ସବୁଠୁ ବଡ ରିଟେଲର ଏବଂ ଇ-ରିଟେଲର କମ୍ପାନୀ ମାନେ ଭାରତରେ ଥିବାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରୟାସ ଚାଲିଥିବା ମେକ ଇନ ଇଣ୍ଡିଆକୁ ସାହାଯ୍ୟ ମିଳିବ । ତେବେ ଭାରତୀୟ ରିଟେଲର ଏବଂ ଇ-ରିଟେଲର ମାର୍କେଟରେ ବିଦେଶି କମ୍ପାନୀ ଆସିବା କାରଣରୁ କ’ଣ ମେକ ଇନ ଇଣ୍ଡିଆ କାର୍ଯ୍ୟକ୍ଷମ ହୋଇ ପାରିବ ? ସେନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।