ଲଗାତାର ରାତିରେ ନିଦ ଭାଙ୍ଗୁନାହିଁ ତ ! ହୁସିଆର ସାଘାଂତିକ ସମସ୍ୟାରେ ପଡିପାରନ୍ତି ।

82

ବ୍ୟସ୍ତବହୁଳ ଜୀବନ ଭିତରେ ନିଦ ପାଇଁ ଅଧିକାଂଶ ଲୋକ ଚିନ୍ତିତ ରହିଥାନ୍ତି । ଠିକରେ ନ ଶୋଇବା ଯୋଗୁଁ ଶରୀରରେ ଅନେକ ରୋଗ ଦେଖା ଦେଇଥାଏ । ଏପରିକି ରାତିରେ ଶୋଇବା ସମୟରେ ଅଚାନକ ନିଦ ଭାଙ୍ଗି ଯିବା ଭଳି ସମସ୍ୟା ଅନେକ ଲୋକଙ୍କ ପାଖରେ ଦେଖିବାକୁ ମିଳିଥାଏ । ଯଦି ଆପଣ ଏଭଳି ସମସ୍ୟାର ଶିକାର ହୋଇଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଯଦି ପ୍ରତିଦିନ ଶୋଇଥିବା ବେଳେ ସମାନ ସମୟରେ ଆପଣଙ୍କ ନିଦ ଭାଙ୍ଗିଯାଏ ତେବେ ଏହା ଆପଣଙ୍କ ଜୀବନରେ ଘଟୁଥିବା ପରିବର୍ତ୍ତନର ସଙ୍କେତ ଅଟେ । ଯାହାକୁ ଅଣଦେଖା କରିବାଦ୍ୱାରା ଆପଣ ବିପଦର ସମ୍ମୁଖୀନ ହୋଇପାରନ୍ତି । ତେବେ ଆସନ୍ତୁ ଜାଣିବା ରାତିରେ ନିଦ ଭାଙ୍ଗିବା କେଉଁ ଘଟଣାକୁ ସୂଚାଇଥାଏ ।

ରାତି ୧୧ରୁ ୧ମଧ୍ୟରେ: ଯଦି ଲଗାତାର ଭାବେ ରାତି ୧୧ରୁ ୧ ଭିତରେ ହଠାତ ଆପଣଙ୍କର ନିଦ ଭାଙ୍ଗି ଯାଉଥାଏ ତେବେ ଏହା ପଛରେ ଏକ କାରଣ ରହିଛି । କୌଣସି କଥାକୁ ନେଇ ଅଧିକ ଚିନ୍ତିତ ରହିବା ଯୋଗୁଁ ଏଭଳି ସମସ୍ୟ ଉପୁଜିଥାଏ । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିଜ ଉପରେ ଅଧିକ ଭରସା ରଖନ୍ତୁ । ଏବଂ ଶୋଇବା ପୂର୍ବରୁ ନିଜ ମନରୁ ସମସ୍ତ ପ୍ରକାର ନକରାତ୍ମକ ଚିନ୍ତାକୁ ଦୂର କରିଦିଅନ୍ତୁ । ଦେଖିବେ ଧୀରେ ଧୀରେ ଏହି ସମସ୍ୟା ଦୂର ହୋଇଯିବ ।

ରାତି ୧ଟାରୁ ୩ଟା ମଧ୍ୟରେ: ରାତି ୧ଟାରୁ ୩ଟା ମଧ୍ୟରେ ଏଭଳି ସମୟ ହୋଇଥାଏ ଯେଉଁ ସମୟରେ ଆମେ ସମସ୍ତେ ଗଭୀର ନିଦରେ ଶୋଇଥାଉ । ଯଦି ଏହି ସମୟରେ ଆପଣଙ୍କ ନିଦ ଭାଙ୍ଗିଯାଏ ତେବେ ଆପଣ ଲିଭର ସମ୍ବନ୍ଧିତ କୌଣସି ସମସ୍ୟାର ଶିକାର ହୋଇଥିବା ସଙ୍କେତ ଦେଇଥାଏ । ଏହାସହ ଯଦି ଆପଣ କୌଣସି କଥାକୁ ନେଇ ରାଗିଛନ୍ତି ତେବେ ଏହା ମଧ୍ୟ ନିଦ ଭାଙ୍ଗିବା ପଛର ଅନ୍ୟ ଏକ କାରଣ ହୋଇପାରେ । ଏଥିପାଇଁ ରାତିରେ ଶୋଇବା ପୂର୍ବରୁ କିମ୍ବା ନିଦ ଭାଙ୍ଗିବା ପରେ ଥଣ୍ଡା ପାଣି ପିଅନ୍ତୁ, ଏବଂ ଏହାସହ ସେହି କଥାକୁ ଶାନ୍ତ ମନରେ ଚିନ୍ତା କରନ୍ତୁ ଏବଂ ଏହି ସମସ୍ୟାରୁ ମୁକୁଳିବାକୁ ଚେଷ୍ଟା କରନ୍ତୁ ।

ରାତି ୩ଟାରୁ ୫ଟା ମଧ୍ୟରେ: ଯଦି ଆପଣଙ୍କର ପ୍ରତିଦିନ ଏହି ସମୟରେ ନିଦ ଭାଙ୍ଗୁଥାଏ ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଫୁସ୍ଫୁସ ଜନିତ ସମସ୍ୟାର ଶିକାର ହୋଇଥିଲେ ଏପରି ଲକ୍ଷଣ ଦେଖାଯାଇଥାଏ । ତେଣୁ ଏହି ସମୟରେ ଆଖି ଖୋଲିବା ମାତ୍ରେ ଆପଣ ଲମ୍ବା ନିଶ୍ୱାସ ନିଅନ୍ତୁ ଏବଂ ଯେତେ ପାରୁଛନ୍ତି ନିଜକୁ ସକରାତ୍ମକ ରଖନ୍ତୁ ।

ରାତି ୫ଟାରୁ ୭ଟା ମଧ୍ୟରେ: କିଛି ଲୋକଙ୍କର ସକାଳେ ଶୀଘ୍ର ଉଠିବାର ଅଭ୍ୟାସ ରହିଥାଏ କିନ୍ତୁ ହଠାତ ଭୟଭୀତ ହୋଇ ସକାଳୁ ଉଠିଯାଆନ୍ତି, ତେବେ ଏହାର ଅର୍ଥ ଆବେଗପ୍ରବଣ କିମ୍ବା ଅତ୍ୟନ୍ତ ଦୁଃଖରେ ବୁଡି ରହିଛନ୍ତି । ତେବେ ଏଥିରେ ମୁକ୍ତି ପାଇବାଲାଗି ଅଧିକରୁ ଅଧିକ ବ୍ୟାୟାମ କରନ୍ତୁ ଏବଂ ନିଜକୁ ଚିନ୍ତାରୁ ଦୂରରେ ରଖନ୍ତୁ ।