ପାରାଦ୍ୱୀପର ଅଠରବାଙ୍କିଠାରେ ମାଲଗାଡି ଲାଇନଚ୍ୟୁତ : ଟ୍ରାକରେ କୋଇଲା ଗୁଣ୍ଡ ପଡିରହିଥିବାରୁ ଏପରି ହୋଇଥିବା କହିଲେ ସ୍ଥାନୀୟ ଲୋକ

28

କନକ ବ୍ୟୁରୋ : ପୁଣି ଲାଇନଚ୍ୟୁତ ହୋଇଛି ମାଲଗାଡି । ପାରାଦୀପର ଅଠରବାଙ୍କି ରେଲେଓ୍ଵ କଲୋନି ନିକଟରେ ଆଜି ପୂର୍ବାହ୍ନ ୧୦ଟାରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୯ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଟ୍ରାକ୍କୁ ସ୍ୱାଭାବିକ କରିବା ପାଇଁ ପାରାଦୀପ ବନ୍ଦରର ଟ୍ରାଫିକ ବିଭାଗର ଅଧିକାରୀ, ପୂର୍ବତଟ ରେଳବାଇ ଅଧିକାରୀଙ୍କ ମାନେ ଘଟଣା ସ୍ଥଳରେ ରହି କିପରି ଭାବରେ ଟ୍ରେନ ଚଳାଚଳ ସ୍ୱାଭବିକ ହେବ ସେନେଇ ବ୍ୟବସ୍ଥା କରୁଥିବା ସୂଚନା ମିଳିଛି । ତେବେ ଏହି ରାସ୍ତାରେ ପ୍ରତ୍ୟେକ ଦିନ ମାଲଗାଡି ଗୁଡିକ ପାରାଦ୍ୱୀପ ଅଭିମୁଖେ ଯାଉଛି । ତେଣୁ ସେହି ଗାଡିରୁ କୋଇଲା ଗୁଣ୍ଡ ଗୁଡିକ ରାସ୍ତାରେ ପଡି ଏପରି ଦୁର୍ଘଟଣା ହୋଇଥିବା ଡଣାପଡିଛି । ଏହି ରାସ୍ତାରେ ପାରାଦ୍ୱୀପ-କଟକ-ଭଦ୍ରକ ପାସେଞ୍ଜର ଟ୍ରେନ ମଧ୍ୟ ଚଳାଚଳ କରୁଛି । ତେଣୁ କୈାଣସି ମୂହୁର୍ତ୍ତରେ ବି ଦୁର୍ଘଟଣା ହୋଇପାରେ ବୋଲି ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି । ତେବେ ଅଧିକ ମାତ୍ରାରେ ମାଲଗାଡିରେ କୋଇଲା ଯାଉଥିବାରୁ ଟ୍ରାକ ଉପରେ କୋଇଲା ଗୁଣ୍ଡ ପଡିରହୁଛି । ଯାହା ଫଳରେ ଏପରି ପରିସ୍ଥିତି ଉପୁଡିଛି । ତେବେ ରେଳ ବିଭାଗର ଅବହେଳା ପାଇଂ ଆଜି ଏପରି ହୋଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ।