ବ୍ୟାସନଗର ପରୀକ୍ଷା : ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଲେ ୯ କଂଗ୍ରେସ କାଉନସିଲର

28

ବ୍ୟାସନଗର : ବିଜେଡିର ବ୍ୟାସନଗର ପରୀକ୍ଷା । ପୌରାଧକ୍ଷଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ଚାଲିଛି । ୯ କଂଗ୍ରେସ କାଉନସିଲର ଆସି ଭୋଟ ଦେଇଛନ୍ତି । କିନ୍ତୁ ଏଯାଏ ବିଜେଡି କାଉନସିଲର ଆସିନାହାନ୍ତି । ବିଜେଡି କାଉନସିଲରଙ୍କ ସମର୍ଥନ ନେଇ ଏବେ ବି କଂଗ୍ରେସ କାଉନସିଲର ମାନେ ଆଶାବାଦୀ ଅଛନ୍ତି । ଗତକାଲି ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ଦଳର କାଉନସିଲରମାନେ ଅନାସ୍ଥା ପ୍ରସ୍ତାବ ଭୋଟିଂକୁ ଆସିବେ ନାହିଁ ଏବଂ ଦଳ ଭିତରେ ଥିବା ମନୋମାଳିନ୍ୟ ଦୂର ହୋଇଛି । କିଛି ସମୟ ପୂର୍ବରୁ ସୂଚନା ମିଳିଛି ଯେ, ବିଜେଡି କାଉନସିଲରମାନେ ଦଳର ହୁଇପ୍ ମାନି ଅନାସ୍ଥା ପ୍ରସ୍ତାବ ଭୋଟିଂକୁ ଆସିବେ ନାହିଁ । କିନ୍ତୁ ଦଳ ଭିତରେ ଥିବା ଛାୟା ଯୁଦ୍ଧକୁ ନେଇ ଏବେବି ଚର୍ଚ୍ଚା ଜୋର ଧରିଛି ।