ନିର୍ବାଚନରେ ଲାଗୁ ହେବ ଭିଭିପେଟ୍ ବ୍ୟବସ୍ଥା ! ଭୋଟ୍ ଦେବା ପରେ ଇଭିଏମରୁ ବାହାରିବ ଚିରକୁଟ୍

40

କନକ ବ୍ୟୁରୋ : ଏଣିକି ଖୁବ୍ ଶୀଘ୍ର ବିଭିନ୍ନ ନିର୍ବାଚନରେ ଭୋଟିଂ ମେସିନ୍ ସହ ଚିରକୁଟ୍ ବାହାରିବା ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ନିର୍ବାଚନ କମିଶନଙ୍କ ଦ୍ୱାରା ଦିଆଯାଇଥିବା ଏପରି ପ୍ରସ୍ତାବ ଉପରେ ଆଜି ମୋହର ଲଗାଇଛନ୍ତି କେନ୍ଦ୍ର ସରକାର । ଭୋଟିଂ ମେସିନ୍ ସହ ଚିରକୁଟ୍ ବାହାରିବା ବ୍ୟବସ୍ଥାକୁ ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଂଜୁରୀ ମିଳିବା ସହ ଏଥିପାଇଁ ବ୍ୟୟ ମଂଜୁରୀ ହୋଇଛି ।

ଭୋଟର ଭେରିଫାୟେବଲ୍ ପେପର ଅଡିଟ୍ ଟ୍ରେଲ୍ ବା ଭିଭିପେଟ୍ ବ୍ୟବସ୍ଥାରେ ଇଭିଏମ ସହ ଏକ ପ୍ରିଂଟର୍ ମେସିନ୍ ସଂଯୁକ୍ତ ହୋଇଥାଏ । ମତଦାତା ଏକ ନିର୍ଦ୍ଧିଷ୍ଟ ଚିହ୍ନର ବଟନ୍ ଦବାଇଲା ପରେ ସେହି ଚିହ୍ନର ଚିରକୁଟ୍ ବାହାରି ଆସିଥାଏ । ଏହା ନିଶ୍ଚିତ କରିଥାଏ ଯେ ମତଦାତା ଯେଉଁ ବଟନ୍ ଦବାଇଛନ୍ତି ଠିକ୍ ସେହି ଚିହ୍ନକୁ ହିଁ ଭୋଟ୍ ଯାଇଛି । ଏପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବେ ଲାଗୁ ହେଉଥିବା ଏହି ବ୍ୟବସ୍ଥାକୁ କେନ୍ଦ୍ରର ମଂଜୁରୀ ପରେ ଏଣିକି ବ୍ୟାପକ ଭାବେ ବ୍ୟବହୃତ ହୋଇପାରିବ ।