ଭିସୁଟକୁ ବଡ଼ ସଫଳତା ! ଓଡ଼ିଶାରୁ ବାହାରିବେ ମହାକାଶ ବିଜ୍ଞାନୀ, ଇସ୍ରୋର ପ୍ରଥମ ଇନୋଭେସନ୍ ସେଣ୍ଟର ହେବ ଭିସୁଟ ।

ଭିସୁଟ୍ ହେବ ଇସ୍ରୋର ପ୍ରଥମ ଇନୋଭେସନ୍ ସେଂଟର ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋ ବୈଜ୍ଞାନିକଙ୍କ ସହ ସିଧାସଳଖ ଆଲୋଚନା କରିପାରେବ ଛାତ୍ରଛାତ୍ରୀ ।

316

କନକ ବ୍ୟୁରୋ: ଇତିହାସରେ ପ୍ରଥମଥର ପାଇଁ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟକୁ ମିଳିଛି ଏକ ବଡ଼ ସଫଳତା । ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ହିସାବରେ ଏହି ସଫଳତା ପାଇଥିବା ବେଳେ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟ ସଷ୍ଟି କରିବ ଅନେକ ବୈଜ୍ଞାନିକ । ଏବଂ ଉଦାହରଣ । କାରଣ ଇସ୍ରୋର ପ୍ରଥମ ଇନୋଭେସନ୍ ସେଣ୍ଟର ହେବ ଭିସୁଟ୍ ।

ପୂର୍ବରୁ ରକେଟ୍ ନିର୍ମାଣ କରି ମହାକାଶ ଶିକ୍ଷା କ୍ଷେତ୍ରରେ ଇତିହାସ ସୃଷ୍ଟି କରିଥିବା ଭିସୁଟ୍ର ଛାତ୍ରଛାତ୍ରୀଙ୍କ ପାଇଁ ପୁଣି ଆସିଛି ଖୁସିର ଖବର । ମହାକାଶ ଗବେଷଣା କ୍ଷେତ୍ରରେ ମାଇଲଖୁଂଟ ପାଲଟିଥିବା ଇସ୍ରୋର ବୈଜ୍ଞାନିକଙ୍କଠାରୁ ଜ୍ଞାନ ଆହରଣ କରିବେ ଭିସୁଟର ଛାତ୍ରଛାତ୍ରୀ । ଏହାକୁ ନେଇ ଗ୍ରୀନ୍ ସିଗନାଲ ଦେଇଛନ୍ତି ଇସ୍ରୋ ଉଚ୍ଚ କର୍ତ୍ତୁପକ୍ଷ । ପ୍ରଥମ ଇନୋଭେସନ୍ ସେଂଟର ଭାବେ ଭିସୁଟକୁ ମନୋନିତ କରିଛି ଇସ୍ରୋ । ରକେଟ୍ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଇସ୍ରୋରରୁ ଆନୁସଙ୍ଗିକ ସାହାୟତା ପାଇବା ସହ ସିଧାସଳଖ ବୈଜ୍ଞାନିକମାନଙ୍କ ସହିତ ଏସଂପର୍କରେ ଆଲୋଚନା କରିପାରିବେ । ଏହି ଘଟଣା ଜଣାପଡ଼ିଲା ପରେ ବିଶ୍ୱବିଦ୍ୟାଳୟରେ ଖୁସିର ଲହରୀ ଖେଳି ଯାଇଛି ।

କେବଳ ଯେ ଭିସୁଟ୍ ଛାତ୍ରଛାତ୍ରୀଙ୍କର ବୈଜ୍ଞାନିକ କ୍ଷେତ୍ରରେ ଅଗ୍ରଗତି ହେବ ତାହା ନୁହେଁ, ଓଡ଼ିଶାରେ ଗବେଷଣା କ୍ଷେତ୍ରରେ ଅନେକ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିପାରିବ ଭିସୁଟ୍ । ପ୍ରଥମ ପର୍ଯ୍ୟାୟରେ ଇସ୍ରୋ ରକେଟ୍ ଗବେଷଣା କ୍ଷେତ୍ରରେ ସହଯୋଗ କରିବ । ଆଗାମୀ ଦିନରେ ଅନ୍ୟ ଦିଗରେ ମଧ୍ୟ ସହଯୋଗ କରିବ ବୋଲି ଆଶା ରଖିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ । ଭିସୁଟ୍ର ଏହି ସଫଳତା ଆଗାମୀ ଦିନରେ ଓଡ଼ିଶାରୁ ଉଚ୍ଚକୋଟିର ବୈଜ୍ଞାନିକ ସୃଷ୍ଟି କରିବାରେ ବେଶ ସହାୟତା ହେବ ।