ଛାତ୍ରଛାତ୍ରୀଙ୍କୁ ଉପରାଷ୍ଟ୍ରପତିଙ୍କ ପରାମର୍ଶ: କହିଲେ, ଗୁଗୁଲ ନେଇପାରିବନି ଗୁରୁଙ୍କ ସ୍ଥାନ, ଡାଡି ମମି ନୁହେଁ ବାପା ମାଆ ଡାକ
କନକ ବ୍ୟୁରୋ: ଓଡିଶାରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ନିର୍ଧାରିତ ସମୟର ୧୦ ମିନିଟ୍ ଆଗରୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିଥିଲା ଭାରତୀୟ ବାୟୁ ସେନାର ରାଜହଂସ ବିମାନ । ଉପରାଷ୍ଟ୍ରପତିଙ୍କୁ ବିମାନ ବନ୍ଦରରେ ସ୍ୱାଗତ କରିଛନ୍ତି ରାଜ୍ୟପାଳ ଡକ୍ଟର ଗଣେଶି ଲାଲ୍, ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀ ଓ ବରିଷ୍ଠ ପୁଲିସ ଅଧିକାରୀ । ଏହାପରେ ରାଜ୍ୟପାଳଙ୍କ ସହ ଉପରାଷ୍ଟ୍ରପତି ରାଜ୍ୟପାଳ ଭବନକୁ ଯାଇଥିଲେ । ସେଠାରୁ ସେ ସାଇ ଇଂଟର ନେସନାଲ ସ୍କୁଲକୁ ଯାଇଛନ୍ତି । ସେଠାରେ ୧୦ ବର୍ଷ ପୂର୍ତି ଅବସରରେ ଆୟୋଜିତ ସମାବର୍ତନ ଉତ୍ସବରେ ସାମିଲ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ସାଇ ଇଂଟରନ୍ୟାସନାଲ ସ୍କୁଲର ସମାବର୍ତନ ଉତ୍ସବରେ ଯୋଗଦେଇ ଭେଙ୍କେୟା ଛାତ୍ରଛାତ୍ରୀଙ୍କୁ ୫ଟି କଥା ମନେ ରଖିବାକୁ ପରାମର୍ଶ ଦେଇଛନ୍ତି । ଉପରାଷ୍ଟ୍ରପତି କହିଛନ୍ତି, ନିଜ ବାପା-ପୁଅଙ୍କୁ କେବେହେଲେ ଅବହେଳା କରନାହିଁ । ଘରେ ସବୁବେଳେ ମାତୃଭାଷା କୁହ । ବିଶ୍ୱର ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଜନ୍ମସ୍ଥାନକୁ ନ ଭୁଲିବାକୁ ଭେଙ୍କେୟା ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି – ଗୁରୁ, ଦେଶ ଓ ରାଜ୍ୟକୁ କେବେ ବି ଭୁଲନାହିଁ । ଜୀବନ ରେ ସବୁବେଳେ ଖୁସି ଓ ଆନନ୍ଦରେ ବି ରହିବାକୁ ଛାତ୍ରଙ୍କୁ କହିଥିଲେ ଉପରାଷ୍ଟ୍ରପତି । ଆଜି ଉପରାଷ୍ଟ୍ରପତି ଓଡିଆରେ ଅଭିଭାଷଣ ଆରମ୍ଭ କରି ସମସ୍ତଙ୍କୁ ଉକ୍ରଳ ଦିବସର ଅଭିନନ୍ଦନ ଜଣାଇଥିଲେ ।