ଗୁଜୁରାଟ୍, ହିମାଚଳ ପ୍ରଦେଶରେ ଭୋଟ୍ ଗଣତି ଆରମ୍ଭ !

52

କନକ ବ୍ୟୁରୋ : ଗୁଜୁରାଟ୍, ହିମାଚଳ ପ୍ରଦେଶରେ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି । ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଗୁଜୁରାଟ ଓ ହିମାଚଳପ୍ରଦେଶରେ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ତେବେ ବିଜେପି ଓ କଂଗ୍ରେସରେ ମଧ୍ୟରେ ଲାଗିଛି କଡ଼ା ଟକ୍କକ । କେତେବେଳେ ବିଜେପି ଆଗୁଆ ଆସିଯାଉଛି ଆଉ କେତେବଳେ କଂଗ୍ରେସ । ଗୁଜୁରାଟ ନିର୍ବାଚନ ଫଳାଫଳ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଷ୍ଠା ବାଜିରେ ଲାଗିଥିବାରୁ ନିର୍ବାଚନ ଫଳାଫଳକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ଅପରପକ୍ଷେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ଗତ ଗୁଜରାଟ୍ ନିର୍ବାଚନ ବେଳେ ଶ୍ରୀ ଗାନ୍ଧୀ କଂଗ୍ରେସ ଦଳର ବିଜୟ ପାଇଁ ରାତି ଦିନ ଏକ କରି ଲାଗି ପଡ଼ିଥିଲେ । ଏଥିପାଇଁ ଶ୍ରୀ ଗାନ୍ଧୀ ରାଜ୍ୟର ଛୋଟ ଛୋଟ ସଙ୍ଗଠନ ସହିତ ଆସନ ବୁଝାମଣା କରିଥିଲେ । ତେଣୁ ଏହି ନିର୍ବାଚନ ସହିତ ରାହୁଲ ଗାନ୍ଧୀଙ୍କ ଦକ୍ଷତା ମଧ୍ୟ ବାଜିରେ ଲାଗିଛି ।