ଯାଜପୁରରେ ନିର୍ବାଚନକୁ ନେଇ ଜୋରଦାର ପ୍ରସ୍ତୁତି : ଏପ୍ରିଲ ୨୯ରେ ୧ହଜାର ୬୧୯ଟି ମତଦାନ କେନ୍ଦ୍ରରେ ମତ ସାବ୍ୟସ୍ତ କରିବେ ଭୋଟର । ୨୬୪ ଟି ସମ୍ବେଦନଶୀଳ ବୁଥ୍ ଉପରେ କଡା ନଜର

135

କନକ ବ୍ୟୁରୋ : ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦିଆଯାଇଛି କଡା ତାଗିଦ । ଏଥିପାଇଁ ପ୍ରସ୍ତୁତି କରୁଛି ଯାଜପୁର ଜିଲ୍ଲା ପ୍ରଶାସନ । ଏପ୍ରିଲ ୨୯ ତାରିଖରେ ୭ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଭୋଟ ପଡିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରୁଥିବାବେଳେ ଜିଲ୍ଲା ନିର୍ବାଚନ ଅଧିକାରୀ ଭାବେ ଯାଜପୁର ଜିଲ୍ଲାପାଳ ସମସ୍ତ ଘଟଣାକୁ ଅନୁଧ୍ୟାନ କରୁଛନ୍ତି । ନିର୍ବାଚନ ଆଚରଣ ବିଧିକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ।

ଯାଜପୁର ଜିଲ୍ଲାରେ ଏପ୍ରିଲ ୨୯ ତାରିଖରେ ଭୋଟ୍ । ଗୋଟିଏ ଲୋକସଭା ଓ ୭ ବିଧାନସଭା ଆସନ ପାଇଁ ମତଦାନ କରିବେ ୧୪ ଲକ୍ଷ ୪୩ ହଜାର ୫୭୭ ଜଣ ଭୋଟର । ଏଥିପାଇଁ ୧୬୧୯ ଟି ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଭୋଟର ଏଥର କିପରି ଇଭିଏମ୍ ଓ ଭିଭିପାଟ୍ ବ୍ୟବସ୍ଥାରେ ସହଜରେ ମତଦାନ କରିପାରିବେ ସେ ନେଇ ୨ଟି ପର୍ଯ୍ୟାୟରେ ଭୋଟରଙ୍କୁ ମତଦାନ କୌଶଳ, ବ୍ୟବହାର ସଂପର୍କରେ ସଚେତନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସମସ୍ତ ପ୍ରିଜାଇଡିଂ ଓ ପାଂଷ୍ଟ ପୁଲିଂ ଅପିଂସରଙ୍କୁ ତାଲିମ ଦିଆଯିବା ସହିତ ସମସ୍ତ ଇଭିଏମ୍ ଓ ଭିଭିପାଟ୍ ମେସିନକୁ ପାଂଷ୍ଟ ରାଉଣ୍ଡ ଚେକିଂ ପରେ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ।

ଆଦର୍ଶ ଆଚରଣ ବିଧିର ପାଳନ ପରେ ନିର୍ବାଚନ ପରିଚାଳନା ପାଇଁ ତୟାର ହେଉଛି ପ୍ରଶାସନ । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ନୋଡାଲ ଅପିଂସର ଦାୟିତ୍ୱ ଦିଆଯାଇଚ୍ଥି । ନିର୍ବାଚନ ସୁପରିଚାଳନା ପାଇଁ ସମସ୍ତ ତହସିଲଦାର, ବି.ଡି.ଓ, ପୈାର ନିର୍ବାହୀ ଅଧିକାରୀଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ୮ଟି ଟିମ ଗଠନ କରାଯାଇଛି ।

ଯାଜପୁର ଜିଲ୍ଲାରେ ମୋଟ ବୁଥ୍ ସଂଖ୍ୟା ୧୬୧୯ । ଏହା ମଧ୍ୟରୁ ୨୬୪ ଟି ସମ୍ବେଦନଶୀଳ ବୁଥ୍ । ଏଥର ସମ୍ବେଦନଶୀଳ ବୁଥରେ ୱେବ୍ ହଷ୍ଟିଂ, ମାଇକ୍ରୋ ଅବଜରବର, ଭିଡ଼ିଓ ଗ୍ରାଫି ଓ ଷ୍ଟିଲ ଫଟୋର ବ୍ୟବସ୍ଥା କରାଯିବ । ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳି ପାଇଁ ରିଟର୍ଣ୍ଣିଂ ଅଫିସର ରହିବେ ଜିଲ୍ଲାପାଳ । କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସୁକିନ୍ଦା ଓ କୋରେଇ ବିଧାନସଭା ଆସନର ରିଟର୍ଣ୍ଣିଂ ଅଫିସର ଦାୟିତ୍ୱ ତୁଲାଇବେ । ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କୁ ବଡ଼ଚଣା ଓ ଧର୍ମଶାଳା ବିଧାନସଭା ଦାୟିତ୍ୱ, ଯାଜପୁର ଉପଜିଲ୍ଲାପାଳଙ୍କୁ ବିଞ୍ଝାରପୁର ଓ ଯାଜପୁର ଦାୟିତ୍ୱ ମିଳିଛି । ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଙ୍ଗ ଅଫିସର ଭାବେ ଯାଜପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ନିଯୁକ୍ତ କରାଯାଇଛି । ଏଥର ନିର୍ବାଚନରେ ୧୧ ହଜାର ୬୫୭ କର୍ମଚାରୀ ନିୟୋଜିତ ହେବେ ।

 

ଏପ୍ରିଲ ୨ ତାରିଖରେ ପ୍ରକାଶ ପାଇବ ନାମାଙ୍କନ ଦାଖଲ ବିଜ୍ଞପ୍ତି । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଅପ୍ରେଲ ୯ ତାରିଖ ରହିଛି । ୧୦ ତାରିଖରେ ଯାଂଚ ଓ ୧୨ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଆସିବ । ଏହା ପରେ ଅପ୍ରିଲ ୨୯ ହେବ ଭୋଟ୍ ଗ୍ରହଣ ।