ନବରଙ୍ଗପୁର ବିଧାନସଭା ଆସନ ହାତେଇବା ପାଇଁ ମୈଦାନରେ ୪ ପ୍ରାର୍ଥୀ । କାହାକୁ ଭରସା କରିବେ ଭୋଟର?

32

କନକ ବ୍ୟୁରୋ : ନବରଙ୍ଗପୁର ପୌରପରିଷଦ, ନବରଙ୍ଗପୁର ବ୍ଲକ୍, ତେନ୍ତୁଳିଖୁଂଟି ବ୍ଲକ୍, ନନ୍ଦାହାଣ୍ଡି ବ୍ଲକ୍ ଓ କୋଷାଗୁମୁଡା ବ୍ଲକର ୧୦ଟି ଗ୍ରାମ ପଂଚାୟତକୁ ନେଇ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ଏହି ବିଧାନସଭା ଆସନରେ ଚଳିତଥର ଏକ ବଡ ଲଢେଇ ଦେଖିବାକୁ ମିଳିବ । ଯେଉଁଥିପାଇଁ ରାଜ୍ୟର ୩ ପ୍ରମୁଖ ଦଳ ନୂଆ ଷ୍ଟ୍ରାଟେଜି ସହ ମୈଦାନକୁ ଓହ୍ଲାଇଛନ୍ତି ।

୨୦୧୯ର ଲଢେଇ
ବିଜେଡି: ସଦାଶିବ ପ୍ରଧାନୀ
କଂଗ୍ରେସ: ସଦନ ନାୟକ
ବିଜେପି: ଗୌରୀ ମାଝୀ

 ବିଜେଡି: ସଦାଶିବ ପ୍ରଧାନୀ
– ବିଜେଡିର ନୂଆ ଚେହେରା
– ନାଲକୋ ଚାକିରି ଛାଡି ରାଜନୀତି
– ୯ ଥରର କଂଗ୍ରେସ ସାଂସଦ ଖଗପତି ପ୍ରଧାନୀଙ୍କ ସଂପର୍କୀୟ

କଂଗ୍ରେସ: ସଦନ ନାୟକ
– ପୂର୍ବତନ ବିଧାୟକ
– ଚତୁର୍ଥ ଥର ପାଇଁ ଲଢୁଛନ୍ତି
– ୨୦୦୯ ଏବଂ ୨୦୧୪ରେ ହାରିଥିଲେ

ବିଜେପି: ଗୌରୀ ମାଝୀ
– ବିଜେପିର ନୂଆ ମୁହଁ
– ପୁଲିସ ଚାକିରିରୁ ଅବ୍ୟାହତି ନେଇ ରାଜନୀତିରେ ଏଣ୍ଟ୍ରି

ମୈଦାନରେ ମହିଳା ପ୍ରାର୍ଥୀ
– କେହି ନାହାଁନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ
– ନବରଙ୍ଗପୁର ପୌରପରିଷଦ, ନବରଙ୍ଗପୁର ବ୍ଲକ୍, ତେନ୍ତୁଳିଖୁଂଟି ବ୍ଲକ୍, ନନ୍ଦାହାଣ୍ଡି ବ୍ଲକ୍ ଓ କୋଷାଗୁମୁଡା ବ୍ଲକର ୧୦ଟି ଗ୍ରାମ ପଂଚାୟତକୁ ନେଇ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ ।
– ନବରଙ୍ଗପୁର ଏନଏସି, ନବରଙ୍ଗପୁର ବ୍ଳକ, ତେଂତୁଳିଖୁଂଟି ବ୍ଳକ୍ ଏବଂ ନନ୍ଦାହାଣ୍ଡି ବ୍ଳକ୍ ବିଜେଡି କବଜାରେ ରହିଛି ।
– କଷାଗୁମୁଡା ବ୍ଲକ୍ କଂଗ୍ରେସ ଦଖଲରେ ରହିଛି ।

ମୁହାଁମୁହିଁ ପ୍ରାର୍ଥୀ
– ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି ବିଜେଡି ପ୍ରାର୍ଥୀ ସଦାଶିବ ପ୍ରଧାନୀ
– ବିଜେପିର ପ୍ରାର୍ଥୀ ଗୌରୀ ମାଝି ମଧ୍ୟ ନିର୍ବାଚନରେ ନୂଆ ମୁହଁ
– କଂଗ୍ରେସ ପ୍ରାର୍ଥୀ ସଦନ ନାୟକ ଚତୁର୍ଥଥର ପାଇଁ ବିଧାନସଭା ପ୍ରାର୍ଥୀ ହୋଇଛନ୍ତି
– ଥରେ ଜିତିଛନ୍ତି, ଦୁଇଥର ହାରିଛନ୍ତି କଂଗ୍ରେସର ସଦନ ନାୟକ

ନବରଙ୍ଗପୁର ବିଧାନସଭା ଆସନ
– ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
– କଂଗ୍ରେସରୁ ହବିବୁଲ୍ଲା ଖାଁ ୪ ଥର ବିଧାୟକ ହୋଇଥିଲେ
– ୨୦୦୯ ଏବଂ ୨୦୧୪ରେ ବିଜେଡିର ମନୋହର ରନ୍ଧାରୀ ବିଧାୟକ
– ୨୦୧୯ରେ ନବରଙ୍ଗପୁର ବଦଳରେ ଡାବୁଗାଁ ଆସନରୁ ଲଢୁଛନ୍ତି ମନୋହର ରନ୍ଧାରୀ

୨୦୧୪ର ଲଢେଇ
– ମୈଦାନରେ ଥିଲେ ମୋଟ ୯ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୧୧ ହଜାର ୨୪୫
– ମତ ଦେଇଥିଲେ – ୧ ଲକ୍ଷ ୭୨ ହଜାର ୮୧୭
– ଭୋଟଦାନ ହାର – ୮୧.୮୧%

୨୦୧୪ର ଫଳାଫଳ
– ୨ୟ ଥର ପାଇଁ ବାଜିମାତ କରିଥିଲା ବିଜେଡି

ବିଜେଡିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ମନୋହର ରନ୍ଧାରୀ
ଦଳ – ବିଜେଡି
ଭୋଟ – ୭୬,୬୫୯
ପ୍ରତିଶତ – ୪୪.୩୬%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ବିରେନ୍ଦ୍ର ପୂଜାରୀ
ଦଳ – ବିଜେପି
ଭୋଟ – ୧୩,୪୯୬
ପ୍ରତିଶତ – ୭.୮୧%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୧୪)
ପ୍ରାର୍ଥୀ – ସଦନ ନାୟକ
ଦଳ – କଂଗ୍ରେସ
ଭୋଟ – ୬୫,୨୭୦
ପ୍ରତିଶତ – ୩୭.୭୭%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ମନୋହର ରନ୍ଧାରୀ ଜିତିଥିଲେ
– ୭୬ ହଜାର ୬୫୯ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ସଦନ ନାୟକଙ୍କୁ ପରାସ୍ତ କରିଥିଲେ
– ୧୧ ହଜାର ୩୮୯ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ
– ବିଜେପି ପ୍ରାର୍ଥୀଙ୍କ ସମେତ ୭ ଜଣ ଅମାନତ୍ ହରାଇଥିଲେ

୨୦୦୯ର ଲଢେଇ
– ମୈଦାନରେ ଥିଲେ ମୋଟ ୫ ପ୍ରାର୍ଥୀ
– ମୋଟ ଭୋଟର ସଂଖ୍ୟା – ୨ ଲକ୍ଷ ୦୨ ହଜାର ୪୯୧
– ମତ ଦେଇଥିଲେ – ୧ ଲକ୍ଷ ୪୧ ହଜାର ୩୧୦
– ଭୋଟଦାନ ହାର – ୬୯.୭୯%

୨୦୦୯ର ଫଳାଫଳ
– ପ୍ରଥମ ଥର ପାଇଁ ବିଜୟର ସ୍ୱାଦ ଚାଖିଥିଲା ବିଜେଡି

ବିଜେଡିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ମନୋହର ରାନ୍ଧାରୀ
ଦଳ – ବିଜେଡି
ଭୋଟ – ୫୧,୪୪୮
ପ୍ରତିଶତ – ୩୬.୪୧%
ଫଳାଫଳ – ବିଜୟୀ

ବିଜେପିର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ମଞ୍ଜୁଳା ମାଝୀ
ଦଳ – ବିଜେପି
ଭୋଟ – ୨୮,୧୩୫
ପ୍ରତିଶତ – ୧୯.୯୧%
ଫଳାଫଳ – ପରାସ୍ତ

କଂଗ୍ରେସର ପ୍ରଦର୍ଶନ (୨୦୦୯)
ପ୍ରାର୍ଥୀ – ସଦନ ନାୟକ
ଦଳ – କଂଗ୍ରେସ
ଭୋଟ – ୪୮,୧୧୪
ପ୍ରତିଶତ – ୩୪.୦୫%
ଫଳାଫଳ – ପରାସ୍ତ

କିଏ ମାରିଥିଲା ବାଜି?
– ବିଜେଡିର ମନୋହର ରାନ୍ଧାରୀ ବିଜୟୀ ହୋଇଥିଲେ
– ୫୧ ହଜାର ୪୪୮ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
– କଂଗ୍ରେସ ପ୍ରାର୍ଥୀ ସଦନ ନାୟକଙ୍କୁ ପରାସ୍ତ କରିଥିଲେ
– ୩ ହଜାର ୩୩୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
– ୨ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ

୨୦୦୯ ବନାମ ୨୦୧୪
– ୨୦୧୪ରେ ବିଜେପି ପ୍ରାର୍ଥୀ ବଦଳାଇଥିଲା
– ମଂଜୁଳା ମାଝୀଙ୍କ ସ୍ଥାନରେ ବିରେନ୍ଦ୍ର ପୂଜାରୀଙ୍କୁ ପ୍ରାର୍ଥୀ କରିଥିଲା ବିଜେପି
– ବିଜେଡି, ବିଧାୟକ ମନୋହର ରନ୍ଧାରୀଙ୍କୁ ପୁଣି ଟିକେଟ୍ ଦେଇଥିଲା
– ପରାଜିତ ପ୍ରାର୍ଥୀ ସଦନ ନାୟକଙ୍କୁ ପୁଣି ପ୍ରାର୍ଥୀ କରିଥିଲା କଂଗ୍ରେସ
– ୨୦୦୯ରେ ୩ ହଜାରରୁ ଅଧିକ ଏବଂ ୨୦୧୪ରେ ୧୧ ହଜାରରୁ ଅଧିକ ଭୋଟରେ ହାରିଥିଲେ କଂଗ୍ରେସର ସଦନ ନାୟକ

Comments are closed.