ନେତାଙ୍କୁ ଜନତାଙ୍କ ଚେତାବନୀ ! ମୌଳିକ ସମସ୍ୟାର ସମାଧାନ ନହେଲେ ଭୋଟବର୍ଜନ କରିବେ ଗ୍ରାମବାସୀ ।

100

କନକ ବ୍ୟୁରୋ : ମୌଳିକ ସମସ୍ୟାର ସମାଧାନ ନହେଲେ ଭୋଟବର୍ଜନ କରିବେ ଗ୍ରାମବାସୀ । ଏପରିକି ନିର୍ବାଚନୀ ପ୍ରଚାର ପାଇଁ ନେତାଙ୍କୁ ସାହି ମଧ୍ୟକୁ ପ୍ରବେଶ କରାଇ ଦିଆଯିବନାହିଁ । କିଛି ଏଭଳି ଦାବି ସହ ଭୋଟବର୍ଜନର ନିଷ୍ପତି ନେଇଛନ୍ତି ସାଲେପୁର ପୋଷ୍ଟ ଅଫିସ ଛକ ନିକଟରେ ଥିବା ଶୁଖୁଆ ସାହି ବାସିନ୍ଦା । ତିନି ପିଢ଼ି ଧରି ଏଠାରେ ରହିଆସୁଥିବା ବାସିନ୍ଦା ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଂଚିତ ହୋଇଛନ୍ତି । ସାହିକୁ ନା ଅଛି ଭଲ ରାସ୍ତା ନା ମିଳୁଛି ପାନୀୟ ଜଳ ସୁବିଧା । ପକ୍କା ଘର ଯୋଜନାରୁ ମଧ୍ୟ ବଂଚିତ ସାହି ବାସିନ୍ଦା ।

ସେହିପରି ଅନେକଙ୍କୁ ବାର୍ଦ୍ଧକ୍ୟ ଭତା ମଧ୍ୟ ମିଳିନାହିଁ । ମୁଖ୍ୟତଃ ଶୁଖୁଆ ବ୍ୟବସାୟ କରି ଜୀବିକା ନିର୍ବାହ କରିଆସୁଥିବା ସାହି ବାସିନ୍ଦା ଅଧିକାଂଶ ସରକାରୀ ଯୋଜନାରୁ ବଂଚିତ । ନିର୍ବାଚନ ଆସିଲେ ପ୍ରତିଥର ନେତାଙ୍କ ଭିଡ଼ ଓ ପ୍ରତିଶ୍ରୁତି ମଧ୍ୟରେ ବାଟବଣା ହୁଏ ଯୋଜନା । ପ୍ରଶାସନ ବି ହାତ ଟେକି ଦେଇଥିବାରୁ ସାହି ବାସିନ୍ଦାଙ୍କ ଭାଗ୍ୟ ସେଭଳି ଅନ୍ଧାର ଭିତରେ ରହିଯାଏ । ତେବେ ମୌଳିକ ସମସ୍ୟାର ସମାଧାନ ନହେଲେ ଏଥରକ ଭୋଟ୍ ବର୍ଜନର ନିଷ୍ପତି ନେଇଛନ୍ତି ସ୍ଥାନୀୟ ବାସିନ୍ଦା ।