ଭୋଟ୍ ଦେଉଛି ଭାରତ । ଶେଷ ପର୍ଯ୍ୟାୟ ନିର୍ବାଚନରେ ୯ଟା ସୁଦ୍ଧା ଦେଶରେ ୧୧.୮୭ ପ୍ରତିଶତ ଭୋଟ୍ ଦେଇଛନ୍ତି ଜନତା ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ହେଭିୱେଟ୍ ଭାଗ୍ୟ ନିର୍ଣ୍ଣୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଉତରପ୍ରଦେଶରେ ୧୩ , ପଂଜାବରେ ୧୩ , ପଶ୍ଚିମବଙ୍ଗରେ ୯ ଆସନରେ ମତ ସାବ୍ୟସ୍ତ କରୁଛନ୍ତି ମତଦାତା ।

46

କନକ ବ୍ୟୁରୋ: ଭୋଟ୍ ଦେଉଛି ଭାରତ । ଦେଶରେ ଶେଷ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ମୋଟ୍ ୫୯ ଆସନରେ ୯୧୮ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ତେବେ ଦିନ ୯ଟା ସୁଦ୍ଧା ମୋଟ୍ ୧୧.୮୭ ପ୍ରତିଶତ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ତେବେ ବିହାରରେ-୧୦.୬୫%, ହିମାଞ୍ଚଳ ପ୍ରଦେଶ-୩.୩୬%, ମଧ୍ୟପ୍ରଦେଶ-୧୨.୦୭%, ପଞ୍ଜାବ-୯.୭୩%, ଉତ୍ତରପ୍ରଦେଶ-୮.୨୯%, ପଶ୍ଚିମବଙ୍ଗ-୧୪.୨୨%,  ଝାଡ଼ଖଣ୍ଡ-୧୫% ଏବଂ ଚଣ୍ଡିଗଡ଼ରେ-୧୦.୪୦ % ଭୋଟ୍ ହାର ରେକର୍ଡ କରାଯାଇଥିବା ପିଆଇବି ତରଫରୁ ସୂଚନା ମିଳିଛି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ହେଭିୱେଟ୍ ଭାଗ୍ୟ ନିର୍ଣ୍ଣୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଉତରପ୍ରଦେଶରେ ୧୩ , ପଂଜାବରେ ୧୩ , ପଶ୍ଚିମବଙ୍ଗରେ ୯ ଆସନରେ ହେବ ଭୋଟିଂ । ସେହିପରି ବିହାରରେ ୮ଟି , ମଧ୍ୟପ୍ରଦେଶରେ ୮, ହିମାଚଳ ପ୍ରଦେଶରେ ୪ , ଝାଡଖଣ୍ଡରେ ୩ ଆସନ ଓ ଚଣ୍ଡିଗଡ଼ରେ ଗୋଟିଏ ଆସନରେ ହେଉଛି ମତଦାନ ।

ତେବେ ଶେଷ ପର୍ଯ୍ୟାୟ ମତଦାନରେ ସାରାଦେଶର ନଜର ରହିଛି ପଶ୍ଚିମବଂଗ ଉପରେ । ପଶ୍ଚିମବଂଗରେ ମତଦାନ ହେଉଥିବା ୯ ଆସନ ମଧ୍ୟରୁ ୨୦୧୪ ନିର୍ବାଚନରେ ସବୁ ଦଖଲ କରିଥିଲା ଟିଏମସି । ତେଣୁ ଏଥର ଟିଏମସିର ଏହି ଗଡ ଭାଂଗିବାକୁ ବିଜେପି ଯୋଜନା କରିଥିବାରୁ ଟିଏମସି ଓ ବିଜେପି ମଧ୍ୟରେ ହେବ ଜୋରଦାର ଟକ୍କର ।

ସବୁଠାରୁ ହାଇପ୍ରୋଫାଇଲ୍ ବାରଣାସୀ ଆସନ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏଠାରେ ସପାର ଶାଳିନୀ ଦେବୀ ଓ କଂଗ୍ରେସର ଅଜୟ ରାୟଙ୍କ ମଧ୍ୟରେ ଟକ୍କର ହେଉଛି । ପାଟନା ସାହିବ ଆସନ । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ମଧ୍ୟରେ ଲଢେଇ ହେଉଛି । ଗୁରୁଦାସପୁରରୁ ଅଭିନେତା ସନି ଦେଓଲ , ଗୋରଖପୁରରୁ ରବି କିଶନ, ଦୁମକା ଆସନରୁ ଜେଏମଏମ୍ ମୁଖ୍ୟ ଶିବୁ ସୋରେନ୍ , ବିହାର ସାସାରାମ ଆସନରୁ ପୂର୍ବ ଲୋକସଭା ଅଧ୍ୟକ୍ଷ ମୀରା କୁମାର ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ସେହିପରି ବିହାରର ପାଟଳିପୁତ୍ର ଆସନରେ କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲ ଯାଦବଙ୍କୁ ଟକ୍କର ଦେଉଛନ୍ତି ଆରଜେଡି ପ୍ରାର୍ଥୀ ମୀସା ଭାରତୀ । ୫୯ ଆସନ ମଧ୍ୟରୁ ୨୦୧୪ ନିର୍ବାଚନରେ ବିଜେପି ଜିତିଥିଲା ୩୨ ଆସନ । ତେବେ ଏଥର କେନ୍ଦ୍ରରେ ପୁଣି ଥରେ କ୍ଷମତାକୁ ଫେରିବାକୁ ହେଲେ ୨୦୧୪ର ସଫଳତା ଦଳକୁ ଦୋହରାଇବାକୁ ପଡିବ । ହେଲେ ବିରୋଧୀଙ୍କ ରଣନୀତିକୁ ଦେଖିଲେ ଏଥର ମୋଦୀଙ୍କ ପାଇଁ ଏହା ଏତେ ସହଜ ହେବାପରି ମନେ ହେଉନାହିଁ ।