ଭୋଟ୍ ଗଣିତରେ ଗଡ଼ବଡ଼ । କଂଟାବାଞ୍ଜି ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ, କୋର୍ଟକୁ ଗଲା ମାମଲା ।

୧୮ ତାରିଖରେ ବଲାଙ୍ଗୀର ଲୋକସଭା ଅଧିନରେ ଆସୁଥିବା କଂଟାବାଞ୍ଜି ବିଧାନସଭା ଆସନରେ ମତଦାନ ହୋଇଥିଲା

1,185

କନକ ବ୍ୟୁରୋ: ଭୋଟ୍ ଗଣିତରେ ବଡ ଗଡ଼ବଡ଼ । ବଲାଙ୍ଗିର୍ କଂଟାବାଞ୍ଜି ବିଧାନସଭା ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଲୋକେ । ଯାହାକୁ ନେଇ ଲୋକ ଅସନ୍ତୋଷ ପ୍ରକାଶ କରିବା ସହ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି ।

ଅଭିଯୋଗ ଅନୁସାରେ, ୧୮ ତାରିଖରେ ବଲାଙ୍ଗୀର ଲୋକସଭା ଅଧିନରେ ଆସୁଥିବା କଂଟାବାଞ୍ଜି ବିଧାନସଭା ଆସନରେ ମତଦାନ ହୋଇଥିଲା । ମତଦାନ ପରେ ଏଠାରେ ମୋଟ୍ ଏକ ଲକ୍ଷ ୮୨ ହଜାର ୪୧୧ ଭୋଟ୍ ପଡ଼ିଥିବା ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । କିନ୍ତୁ ଯେତେବେଳେ ଭୋଟ୍ ଗଣତି ହେଲା ସେତେବେଳେ ଇଭିଏମରେ ମୋଟ ଏକ ଲକ୍ଷ ୯୧ ହଜାର ୭୭ ଭୋଟ୍ ପଡ଼ିଥିବା ଜଣାପଡ଼ିଥିଲା । ଅର୍ଥାତ୍ ମତଦାନ ଦିନଠାରୁ ଭୋଟ୍ ଗଣତି ଦିନ ପ୍ରାୟ ୯ହଜାର ଭୋଟ୍ ଅଧିକ ବାହାରିଥିଲା । ଯାହାକୁ ନେଇ କଂଟାବାଞ୍ଜୀ ଅଂଚଳର ଦୁଇ ଜଣ ବ୍ୟକ୍ତି ରୁପେଶ କୁମାର ବେହେରା ଏବଂ ଭୁବନାନନ୍ଦ ମହାନ୍ତି ହାଇକୋର୍ଟରେ ମାମଲା ଦାଖଲ କରିଛନ୍ତି । କୋର୍ଟଙ୍କ ନିକଟରେ ଏମାନେ ପ୍ରାର୍ଥନା କରିଛନ୍ତି ଯେ, ଯଦି ନିର୍ବାଚନ ପ୍ରକ୍ରିୟାରେ କୌଣସି ଅନିୟମିତତା ହୋଇଛି ତେବେ ନିର୍ବାଚନକୁ ବାତିଲ୍ କରାଯାଉ ଏବଂ ଘଟଣାର ତଦନ୍ତ କରାଯାଉ । ଅନ୍ୟପଟେ କଂଟାବାଞ୍ଜିର ନବ ନିର୍ବାଚିତ ବିଧାୟକ ଏହି ଦୁଇ ବ୍ୟକ୍ତିଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଉଥିବା ଅଭିଯୋଗ ହୋଇଛି ।