ଗଂଜାମ : ଖଲିକୋଟ ବ୍ଲକ୍ ମହେଶ୍ୱରପୁରେ ଗ୍ରାମବାସୀଙ୍କ ଭୋଟ ବର୍ଜନ,ଭୋଟ ଦେବାକୁ ଆସିଲେନି ୨୨୦୦ ଭୋଟର

35

କନକ ବ୍ୟୁରୋ : ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମହେଶ୍ୱରପୁର ଗାଁର ୨୨ଶହ ଲୋକ ଭୋଟ ବର୍ଜନ କରିଛନ୍ତି । ଗ୍ରାମବାସୀ ପ୍ଲାକାର୍ଡ ଧରି ବୁଥ ସମ୍ମୁଖରେ ଧାରଣା ଦେଇଛନ୍ତି । ପୂର୍ବରୁ ଏହି ଗାଁ କହ୍ନେଇପୁର ପଂଚାୟତରେ ରହିଥିଲା । ଏବେ ମହେଶ୍ୱରପୁର ଗାଁକୁ ମାଣିକପୁର ପଂଚାୟତରେ ସାମିଲ କରାଯାଇଛି । ଯାହାକୁ ବିରୋଧ କରି ଗ୍ରାମବାସୀବାସୀ ଭୋଟ ବର୍ଜନ କରିଛନ୍ତି । ପୂର୍ବରୁ ଏହି ଅଭିଯୋଗ ନେଇ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ । ହେଲେ କୌଣସି ସୁଫଳ ନମିଳିବାରୁ ଲୋକ ଗଣତନ୍ତ୍ରର ମୂଲ୍ୟ ବୁଝି ମଧ୍ୟ ଭୋଟ ବର୍ଜନ ଭଳି ଚରମ ନିଷ୍ପତି  ନେଇଛନ୍ତି ।