ଅନୁଗୁଳ : ନିର୍ବାଚନ ପ୍ରକ୍ରିୟାରେ ତ୍ରୁଟି ସହ କେତେକ ଅଂଚଳରେ ସମସ୍ୟା ଯୋଗୁଁ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ

41

କନକ ବ୍ୟୁରୋ : ଅନେକ ସ୍ଥାନରେ ନିର୍ବାଚନ ପ୍ରକ୍ରିୟାରେ ତ୍ରୁଟି ଯୋଗଁê ମତଦାନ ବନ୍ଦ ରହିଥିବା ବେଳେ କେତେକ ଅଂଚଳରେ ସମସ୍ୟା ଯୋଗୁଁ ଭୋଟ ବର୍ଜନ କରିଛନ୍ତି ଗ୍ରାମବାସୀ । ଅନୁଗୁଳର ୨୮ ବୁଥରେ ପଡିନି ଗୋଟିଏ ବି ଭୋଟ । ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ୨ଟି ପଂଚାୟତବାସୀ ଭୋଟ ବର୍ଜନ କରିଛନ୍ତି ।

ତଳମୂଳ ଓ ତଳମୂଳ ଶାସନ ଅଂଚଳରେ ବିଭିନ୍ନ ସମସ୍ୟା ରହିଥିଲେ ସୁଦ୍ଧା ଏଥିପ୍ରତି କେହି ନଜର ଦେଉନଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ ସମସ୍ୟା ହେଉଛି ଡମ୍ଫିୟାର୍ଡ । ଗ୍ରାମବାସୀ ଡମ୍ଫିୟାର୍ଡକୁ ବିରୋଧ କରି ଭୋଟ ବର୍ଜନ କରିଥିବା ବେଳେ ୨୮ଟି ବୁଥରେ ଗୋଟିଏ ବି ଭୋଟ ପଡିନାହିଁ । ସେପଟେ ରାଜକନିକା, କୋରାପୁଟ କରଂଜିଗୁଡାରେ ଭୋଟ ବର୍ଜନ କରିଛନ୍ତି ଲୋକ ।