ଚାକିରୀ ଛାଡୁଛନ୍ତି ବିଏସଏନଏଲ୍ କର୍ମଚାରୀ ! ବିଏସଏନଏଲ ଓ ଏମଟିଏନଏଲର ୯୨ ହଜାର କର୍ମଚାରୀ ନେଲେ ସ୍ୱେଚ୍ଛାକୃତ ଅବସର

511

ସରକାରୀ ଟେଲିକମ ସଂସ୍ଥା ବିଏସଏନଏଲ, ଏମଟିଏନଏଲ ସଂସ୍ଥାର ୯୨, ୭୦୦ କର୍ମଚାରୀ ମଙ୍ଗଳବାର ସୁଦ୍ଧା ସ୍ୱେଚ୍ଛାକୃତ ଭାବେ ଅବସର ନେଇଛନ୍ତି । ଏଥି ସହିତ ଏହି ସଂସ୍ଥା ଦ୍ୱାରା ପରିଚାଳିତ ଏକ ବିଶେଷ ଯୋଜନା ମଧ୍ୟ ବନ୍ଦ ହୋଇଯାଇଛି । ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଥିବା ଏହି ଦୁଇ ସଂସ୍ଥାର ବରିଷ୍ଠ ଅଧିକାରୀ ମାନେ ଗଣମାଧ୍ୟମକୁ ଏ ସମ୍ପର୍କିତ ସୂଚନା ଦେଇଛନ୍ତି । ବିଏସଏନଏଲର ୭୮, ୩୦୦ କର୍ମଚାରୀ ଓ ଏମଟିଏନଏଲର ୧୪,୩୭୮ କର୍ମଚାରୀ ସ୍ୱେଚ୍ଛାକୃତ ଅବସର ନେଇ ଆବେଦନ କରିଛନ୍ତି । ବିଏସଏନଏଲ ଚେୟାରମ୍ୟାନ ତଥା ପ୍ରବନ୍ଧ ନିର୍ଦ୍ଦେଶକ ପି. କେ ପୁର୍ବାରଙ୍କ ଅନୁଯାୟୀ ଯଦି ଦେଶର ପ୍ରତି ସ୍ଥାନକୁ ଧ୍ୟାନରେ ନିଆଯାଏ ତେବେ ମୋଟ ରୂପରେ ଏହି ସଂସ୍ଥାର ୭୮,୩୦୦ କର୍ମଚାରୀ ଭିଆରଏସ ନେଇ ସାରିଲେଣି ।

ଅନ୍ୟ ପକ୍ଷରେ ଏମଟିଏନଏଲ ଚେୟାରମ୍ୟାନ ଓ ପ୍ରବନ୍ଧକ ନିର୍ଦ୍ଦେଶକ ସୁନୀଲ କୁମାରଙ୍କ ମୁତାବକ, ପିଏସୟୁ ବିଆରଏସ ତୁଳନାରେ ବେଶ ଆଗକୁ ବଢିଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ପୂର୍ବରୁ ଆମେ ୧୩, ୬୫୦ କର୍ମଚାରୀଙ୍କ ଭିଆରଏସ ନେଇ ଲକ୍ଷ ରଖିଥିବା ବେଳେ ଏବେ ପର୍ୟ୍ୟନ୍ତ ୧୪, ୩୭୮ କର୍ମଚାରୀ ବିଭିନ୍ନ କାରଣ ଦେଖେଇ ଭିଆରଏସ ନେଇ ସାରିଲେଣି । ଏଥି ଯୋଗୁଁ କମ୍ପାନୀର ବାର୍ଷିକ ବେତନ ବିଲ ୨୨୭୨ କୋଟିରୁ ଖସି ୫୦୦ କୋଟିରେ ପହଂଚି ଯାଇଛି ।