“ଭଏସ ଅଫ ଇଣ୍ଡିଆ କିଡସ’ର ବିଜେତା ହୋଇଛନ୍ତି ସରଗମ କୁଇନ୍ ନିଷ୍ଠା ଶର୍ମା

104

ସରଗମ କୁଇନ୍ ଉତରପ୍ରଦେଶର ନିଷ୍ଠା ଶର୍ମା ସଙ୍ଗୀତଭିତିକ କାର୍ଯ୍ୟକ୍ରମ “ଭଏସ ଅଫ ଇଣ୍ଡିଆ କିଡସ’ର ବିଜେତା ଘୋଷଣା ହୋଇଛନ୍ତି । ସାରା ଭାରତରୁ ୯୪ ଜଣ ପ୍ରତିଯୋଗୀଙ୍କୁ ନେଇ ଏହି ସୋ ଆରମ୍ଭ ହୋଇଥିଲା । ସିଙ୍ଗର ଶାନ ,ନୀତି ମୋହନ ଓ ସଙ୍ଗୀତ ନିର୍ଦ୍ଦେଶକ ଶେଖର ଭଏସ ଅଫ କିଡସର ମେଂଟର ଥିଲେ । ଏବଂ ନିଷ୍ଠା ଥିଲେ ମେଂଟର ନୀତିଙ୍କର ପ୍ରିୟ ପ୍ରତିଯୋଗୀ ଏବଂ ସେ ଟିମ୍ ନୀତିର ଜଣେ ଦକ୍ଷ ଏବଂ ପ୍ରତିଭାସଂପନ୍ନ ପ୍ରତିଯୋଗୀ ଭାବରେ ଏହି ସୋ’ରେ ନିଜର ଆସନକୁ ବଜାୟ ରଖିଥିଲେ ।  nishtha-sh-4dcc26d891c6df5-2

୧୦ବର୍ଷୀୟ ନିଷ୍ଠା ୨୫ ଲକ୍ଷ ଟଙ୍କାର ଚେକ୍ ପାଇବା ସହ ୟୁନିଭର୍ସାଲ ମ୍ୟୁଜିକ୍ ତରଫରୁ ଏକ ରେକର୍ଡିଙ୍ଗ କଂଟ୍ରାକ୍ଟ ମଧ୍ୟ ପାଇଛନ୍ତି । ନିଷ୍ଠା ଏକ ସଙ୍ଗୀତ ପରିବାରରୁ ଆସିବା ସହିତ ତାଙ୍କ ବାପା, ଏବଂ ମା ମଧ୍ୟ ସଙ୍ଗୀତ ପରମ୍ପରା ସହିତ ଜଡିତ ଅଛନ୍ତି । ତୁଳସୀ ଦୁଇପତ୍ରରୁ ବାସିଲା ଭଳି ପିଲାବେଳୁ ନିଷ୍ଠାଙ୍କର ସଙ୍ଗୀତ ଗାଇବାର ନିଶା ଆଜି ତାଙ୍କୁ ଏତେବଡ ସଫଳତା ଆଣିବାରେ ସହାୟକ ହୋଇପାରିଛି ।

ଏହି ସୋରେ ମେଂଟରଙ୍କୁ ଧନ୍ୟବାଦ ଦେବା ସହ ସଫଳତା ପାଇଁ ମୋତେ ଗାଇଡ କରିଥିବାରୁ ତାଙ୍କ ନିକଟରେ ମୁଁ କୃତଜ୍ଞ ବୋଲି ନିଷ୍ଠା କହିଛନ୍ତି । ଏପରି ସଫଳତା ପଛରେ ତାଙ୍ଗ ବାପା ମା ତାଙ୍କୁ ଉତ୍ସାହିତ କରିଥିବା ମଧ୍ୟ ସେ କହିଛନ୍ତି । “ଭଏସ ଅଫ ଇଣ୍ଡିଆ କିଡସ’ ସିଙ୍ଗର ମାନଙ୍କ ପାଇଁ ବଡ ପ୍ଲାଟଫର୍ମ ବୋଲି ନିଷ୍ଠା କହିଛନ୍ତି ।

ଟେଲିଭିଜନରେ ପ୍ରକାଶିତ ଏମିତି କିଛି ରିଏଲିଟି ସୋ ମାଧ୍ୟମରେ ନିଷ୍ଠାଙ୍କ ଭଳି କିଛି ସିଙ୍ଗର ନିଜର କଳା ନୈପୁନ୍ୟତାର ପରିଚୟ ଦେବାରେ ଦକ୍ଷତା ହାସଲ କରୁଛନ୍ତି ।