ଭୋଡାଫୋନ୍ ଗ୍ରାହକଙ୍କ ପାଇଁ ଖୁସି ଖବର ! ଜିଓକୁ ଟକ୍କର ଦେବାକୁ ଆସିଲା ସୁପର୍ ଅଫର୍

35

ଭୋଡାଫୋନ୍ ଗ୍ରାହକଙ୍କ ପାଇଁ ଖୁସି ଖବର । ଜିଓକୁ ଟକ୍କର ଦେବା ପାଇଁ ନୂଆ ଅଫର୍ ଆଣିଛି ଭୋଡାଫୋନ୍ । ପ୍ରିପେଡ୍ ବ୍ୟବାହରକାରୀ ମାତ୍ର ୧୯ ଟଙ୍କାରେ ପାଇବେ ଅସୀମିତ ଭଏସ୍ କଲ୍ ସହ ୪ଜି ଡାଟା । କମ୍ପାନୀ ଏହି ପ୍ଲାନକୁ ‘ସୁପର ଡେ’ ଏବଂ ‘ସୁପର ୱିକ୍’ରେ ଦୁଇ ଭାଗରେ ବିଭକ୍ତ କରିଛି ।

କଣ ରହିଛି ପ୍ଲାନ୍ :
୧୯ ଟଙ୍କା ପ୍ଲାନର ବୈଧତା ରହିଛି ଗୋଟିଏ ଦିନ । ଏହି ପ୍ଲାନ ଅନୁଯାୟୀ ଗ୍ରାହକ ଭୋଡାଫୋନରୁ ଭୋଡାଫୋନ୍ ଅସୀମିତ (ଲୋକାଲ୍ ଏବଂ ଏସଟିଡି) କଲ୍ କରି ପାରିବେ । ଏହା ସହ ମିଳିବ ୧୦୦ଏମବିର ୪ଜି ଡାଟା । ଏହା ଠାରୁ ବଡ ପ୍ଲାନ୍ ରହିଛି ୪୯ ଟଙ୍କା । ଯାହାର ବୈଧତା ରହିଛି ୭ ଦିନ । ଏହି ପ୍ଲାନରେ ଗ୍ରାହକ ୭ ଦିନ ଯାଏଁ ଭୋଡାଫୋନରୁ ଭୋଡାଫୋନରୁ ଅସୀମିତ କଲ୍ କରିବା ସହ ପାଇବେ ୨୫୦ଏମବି ୪ଜି ଡାଟା । ଆଉ ଏକ ପ୍ଲାନ୍ ରହିଛି ୮୯ଟଙ୍କା । ଏଥିରେ ୪୯ଟଙ୍କା ପ୍ଲାନର ସମସ୍ତ ସୁବିଧା ବ୍ୟତୀତ ରହିଛି ଭୋଡାଫୋନରୁ ଅନ୍ୟ ନେଟୱର୍କକୁ ମାଗଣା ୧୦୦ ମିନିଟ୍ ।