ଜିଓକୁ ଟକ୍କର ଦେବ ଭୋଡାଫୋନର ଷ୍ଟୁଡେଂଟ୍ ପ୍ଲାନ୍ ! ମାତ୍ର ୩୫୨ରେ ଅସୀମିତ କଲ୍ ସହ ପ୍ରତିଦିନ ୧ଜିବି ଡାଟା

61

ଜିଓକୁ ଟକ୍କର ଦେବା ପାଇଁ ଭୋଡାଫୋନ୍ ଆଣି ଦେଇଛି ‘ଷ୍ଟୁଡେଂଟ୍ ପ୍ଲାନ୍’ । ଏହି ନୂଆ ଅଫର୍ ଅନୁଯାୟୀ ୩୫୨ଟଙ୍କା ରିଚାର୍ଜ କରି ଗ୍ରାହକ ପାଇପାରିବେ ଅସୀମିତ ଭଏସ୍ କଲ୍ ସହ ପ୍ରତିଦିନ ୧ଜିବି ୪ଜି / ୩ଜି ଡାଟା । ଏହି ପ୍ଲାନର ବୈଧତା ରହିଛି ୮୪ ଦିନ । ତେବେ ଏହି ଅଫର୍ କେବଳ ଭୋଡାଫୋନର ନୂଆ ଗ୍ରାହକଙ୍କ ପାଇଁ ।

ଷ୍ଟୁଡେଂଟ୍ ପ୍ଲାନ୍ ଅନୁଯାୟୀ, ଏହି ସେବା ପାଇଁ କେବଳ ପ୍ରଥମ ଥର ୪୪୫ ରିଚାର୍ଜ କରିବା କରିବାକୁ ପଡିବ । କିନ୍ତୁ ଏହା ପରେ ମାତ୍ର ୩୫୨ଟଙ୍କାରେ ଉପରୋକ୍ତ ସମସ୍ତ ସେବା ଏବଂ ସୁବିଧା ପାଇପାରିବେ । ଏହା ପୂର୍ବରୁ ଭୋଡାଫୋନ୍ ୨୪୪ଟଙ୍କାର ଏକ ପ୍ଲାନ୍ ଆଣିଥିଲା ଯେଉଁଥିରେ ୭୦ ଦିନ ଯାଏଁ ପ୍ରତିଦିନ ୧ଜିବି ୪ଜି ଡାଟାର ସୁବିଧା ଗ୍ରାହକଙ୍କୁ ମିଳୁଥିଲା । ଏହା ସହ ଭୋଡାଫୋନରୁ ଭୋଡାଫୋନକୁ ଅସୀମିତ ଭଏସ୍ କଲ୍ ଥିଲା । କିନ୍ତୁ ଏହି ସୁବିଧା କେବଳ ପ୍ରଥମ ରିଚାର୍ଜ ପାଇଁ ଥିଲା ।