ଭୋଡାଫୋନର ‘ଲାଭା’ ଅଫର୍ ! ନୂଆ ଫୋନ୍ କିଣିଲେ ମିଳିବ ୯୦୦ଟଙ୍କା କ୍ୟାସବ୍ୟାକ୍

40

vodafonelaunchesdevicesecuritysolution-26-1503726433କନକ ବ୍ୟୁରୋ : ଜିଓ ୪ଜି ଫୋନ୍ ଲଂଚ୍ ହେବା ପରେ ଟେଲିକମ୍ ବଜାରରେ ସୃଷ୍ଟି ହୋଇଛି ହଲଚଲ । ଫଳରେ ଜିଓର ଏହି ଶସ୍ତା ଫୋନକୁ ଟକ୍କର ଦେବା ପାଇଁ ଆରମ୍ଭ ହୋଇଛି ପ୍ରତିଯୋଗୀତା । ପ୍ରଥମେ ଏୟାରଟେଲ୍ ଆରମ୍ଭ କରିଥିଲା ଶସ୍ତା ଫୋନ୍ ଅଫର୍ । ଆଉ ଏବେ ଏଥିରେ ଯୋଗ ଦେଇଛି ଭୋଡାଫୋନ୍ । ନିଜ ପ୍ରିପେଡ୍ ଗ୍ରାହକଙ୍କ ପାଇଁ ଏକ ଦମଦାର୍ ଅଫର ଆଣିଛି ଭୋଡାଫୋନ୍ ।

ଅଫର ଅନୁଯାୟୀ, ଲାଭା ଫିଚର୍ ଫୋନ୍ କିଣିଲେ ୯୦୦ଟଙ୍କାର ମାଗଣା ଟକଟାଇମ୍ ଦେଉଛି ଭୋଡାଫୋନ୍ । ହେଲେ ଏହି ଅଫର୍ କେବଳ ପ୍ରିପେଡ୍ ଉପଭୋକ୍ତାଙ୍କ ପାଇଁ । ଏହି ଅଫରର ଫାଇଦା ଉଭୟ ନୂଆ ଏବଂ ପୁରୁଣା ଭୋଡାଫୋନ୍ ଗ୍ରାହକ ଉଠାଇପାରିବେ । ଯଦି ଆପଣଙ୍କର ପୂର୍ବରୁ ଲାଭା ଫୋନ୍ ଅଛି ତେବେ ନୂଆ ଭୋଡାଫୋନ୍ ସିମ୍ କିଣି ଅଫରର ଲାଭ ଉଠାଇପାରିବେ । ସେହିପରି ଯଦି ଆପଣ ଭୋଡାଫୋନର ପୁରୁଣା ଗ୍ରାହକ ଏବଂ ଆପଣଙ୍କ ପାଖରେ ଭୋଡାଫୋନ୍ ସିମ୍ ଅଛି ତେବେ ଲାଭା ଫୋନ୍ କିଣି ଏହି ଅଫର ପାଇପାରିବେ । ତେବେ ଏହି ଅଫର୍ କେବଳ ୩୧ ଅକ୍ଟୋବର ପର୍ଯ୍ୟନ୍ତ ରହିଛି ।

itelତେବେ ଏହି ଅଫର୍ ପାଇବା ପାଇଁ ହେଲେ ଗ୍ରାହକଙ୍କୁ ପ୍ରତି ମାସରେ ୧୦୦ ଟଙ୍କା କିମ୍ବା ତାଠାରୁ ଅଧିକ ରିଚାର୍ଜ କରିବାକୁ ପଡିବ । ଏହି ରିଚାର୍ଜ ପରେ ଭୋଡାଫୋନ୍ ତରଫରୁ ଅତିରିକ୍ତ ୫୦ଟଙ୍କା ଟକଟାଇମ୍ ମିଳିବ । ଏହିପରି ୧୮ ମାସ ପର୍ଯ୍ୟନ୍ତ ପ୍ରତିମାସରେ ୧୦୦ଟଙ୍କା ରିଚାର୍ଜ କରି ୫୦ ହିସାବରେ ୯୦୦ଟଙ୍କା କ୍ୟାସବ୍ୟାକ୍ ପାଇପାରିବେ ଗ୍ରାହକ । ତେବେ ପୂର୍ବରୁ କମ୍ପାନୀ ଏହି ଅଫର୍ ଆଇଟେଲ୍ ଫୋନ୍ ଉପରେ ଦେଇଥିଲା । ପ୍ରାୟ ୮୦୦ଟଙ୍କାରୁ ଆରମ୍ଭ ହୋଇଥାଏ ଆଇଟେଲ୍ ମୋବାଇଲ୍ ଦାମ୍ । ଏବେ ଏହି ୮୦୦ଟଙ୍କାର ଆଇଟେଲ୍ ମୋବାଇଲ୍ କିଣିଲେ ଭୋଡାଫୋନ୍ ତରଫରୁ ଗ୍ରାହକଙ୍କୁ ମିଳିବ ୯୦୦ଟଙ୍କା କ୍ୟାସବ୍ୟାକ୍ । ତେବେ ଏହି କ୍ୟାସବ୍ୟାକ୍ ଉପରୋକ୍ତ ଟକଟାଇମ୍ ଜରିଆରେ ମିଳିବ ।

ଯଦି ଆପଣ ଭୋଡାଫୋନର ପ୍ରିପେଡ୍ ଗ୍ରାହକ ତେବେ ଆପଣ ମଧ୍ୟ ଏହି ଅଫରର ଲାଭ ଉଠାଇ ପାରିବେ । ତେବେ ଲାଭାର କିଛି ବଛା ବଛା ଫୋନ୍ କିଣିଲେ ଏହି ଅଫର ପାଇପାରିବେ । ଏବେ ନଜର ପକାନ୍ତୁ କେଉଁ ମଡେଲ୍ କିଣିଲେ ଏହି ଲାଭ ଆପଣ ଉଠାଇପାରିବେ । ଏଆରସି ୧୦୧, ଏଆରସି ୧୦୫, ଏଆରସି ୱାନ୍ ପ୍ଲସ୍, କେକେଟି ୯ଏସ୍, କେକେଟି ପର୍ଲ, କେକେଟି ୩୪ ପାୱାର୍, କେକେଟି ୪୦ ପାୱାର୍ ପ୍ଲସ୍, କ୍ୟାପଟେନ୍ କେ୧, ଏବଂ କ୍ୟାପଟେନ୍ ଏନ୧ ।