ଜିଓକୁ ଟକ୍କର ଦେବାକୁ ଭୋଡାଫୋନର ନୂଆ ରଣନୀତି ! ଗ୍ରାହକଙ୍କ ପାଇଁ ଆଣିଦେଲା ମନଲୋଭା ଅଫର୍

23

ଲଂଚ୍ ହେବା ଦିନ ଠାରୁ ଜିଓ ନିଜ ଗ୍ରାହକ ମାନଙ୍କୁ ନୂଆ ନୂଆ ଅଫର୍ ଦେବାରେ ଲାଗିଛି । ଅନ୍ୟପଟେ ଜିଓର ମନଲୋଭା ଅଫର୍ ତଳେ ଚାପି ହୋଇଯାଉଥିବା ଅନ୍ୟ ଟେଲିକମ୍ କମ୍ପାନୀ ମାନେ ମଧ୍ୟ ଟକ୍କର ଦେବାକୁ ଅଂଟା ଭିଡିଛନ୍ତି । ଆଉ ଗ୍ରାହକ ମାନଙ୍କ ପାଇଁ ଆଣିଦେଉଛନ୍ତି ଜବରଦସ୍ତ ଅଫର୍ । କିଛି ଦିନ ତଳେ ବିଏସଏନଏଲ୍ ମନଲୋଭା ଅଫର୍ ଦେଇଥିବା ବେଳେ ଏବେ ଭୋଡାଫୋନ୍ ନିଜ ପ୍ରିପେଡ୍ ଗ୍ରାହକ ମାନଙ୍କ ପାଇଁ ଆଣି ଦେଇଛି ଖୁସି ଖବର ।

ଭୋଡାଫୋନର ନୂଆ ଅଫର୍ ଅନୁଯାୟୀ ମାତ୍ର ୨୯ ଟଙ୍କାରେ ପାଇପାରିବେ ୫ଘଂଟାର ଅସୀମିତ (୩ଜି/୪ଜି) ଡାଟା । ଅର୍ଥାତ୍ ରାତି ୧ଟାରୁ ସକାଳ ୬ ପର୍ଯ୍ୟନ୍ତ ଅସୀମିତ ଇଂଟରନେଟ୍ ବ୍ୟବହାର କରିପାରିବେ ଉପଭୋକ୍ତା । କମ୍ପାନୀ ନିଜ ବୟାନରେ କହିଛି ଏହି ପ୍ୟାକକୁ ଦିନର କୌଣସି ବି ସମୟରେ ରିଚାର୍ଚ୍ଚ କରି ପାରିବେ ।

ଏହା ସହ କମ୍ପାନୀ ରମଜାନ୍ ଉପଲକ୍ଷେ ଆଣିଦେଇଛି ଆଉ ଏକ ଅଫର୍ । ତେବେ ଏହି ଅଫର୍ କେବଳ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ଗ୍ରାହକମାନଙ୍କ ପାଇଁ ।

ସୌଜନ୍ୟ : ଏନଡିଟିଭି

ଏହା ସହ ପଢନ୍ତୁ ଜିଓକୁ ଟକ୍କର ଦେଲା ବିଏସଏନଏଲ୍ ! ଲଂଚ୍ କଲା ଜବରଦସ୍ତ ଅଫର୍