ଜିଓକୁ କଡ଼ା ଟକ୍କର ଦେବ ଭୋଡାଫୋନ ! ୨୧ ଟଙ୍କାରେ ମିଳିବ ଅସୀମିତ ଡାଟା

41

ଟେଲିକମ୍ ଦୁନିଆରେ ହଇଚଇ ସୃଷ୍ଟି କରିଥିବା ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ ଦେଶର ଅନ୍ୟତମ ଅଗ୍ରଣୀ କମ୍ପାନୀ ଗୁଡ଼ିକ ଦିନକୁ ଦିନ ନୂଆ ନୂଆ ଅଫର୍ ଉପସ୍ଥାପନ କରୁଛନ୍ତି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅଫର ପରେ ଅଫର ଘୋଷଣା ଚାଲିଛି । ବିଏସଏନଏଲ ଠାରୁ ଆରମ୍ଭ କରି ଆଇଡିଆ, ଭୋଡାଫୋନ, ଏୟାରଟେଲ୍ କମ୍ପାନୀ ଗୁଡିକ କମ୍ ଟଙ୍କାରେ କଲିଙ୍ଗ୍ ଏବଂ ଡାଟା ପାଇଁ ଶସ୍ତା ରୁ ଶସ୍ତା ପ୍ଲାନ୍ ଉପସ୍ଥାପନ କରୁଛନ୍ତି । ଗ୍ରାହକ କିପରି ତାଙ୍କ ସହ ବାନ୍ଧି ହୋଇରହିବେ ତାହା କମ୍ପାନୀ ଗୁଡ଼ିକର ମୂଳ ଲକ୍ଷ୍ୟ ।

ଭୋଡାଫୋନ ଦେଉଛି ୨୧ ଟଙ୍କାରେ ଅନଲିମିଟେଡ୍ ଡାଟା :

ଗ୍ରାହକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଭୋଡାଫୋନ ଇଣ୍ଡିଆ ଡାଟା ୟୁଜର୍ସ ମାନଙ୍କ ପାଇଁ ଏକ ଶସ୍ତା ପ୍ଲାନ ଆଣିଛି । ଭୋଡାଫୋନ କମ୍ପାନୀ ୨୧ ଟଙ୍କାର ଏକ ଇଣ୍ଟରେନଟ୍ ପ୍ଲାନ୍ ବଜାରରେ ଲଞ୍ଚ କରିଛି । ଏହି ଇଣ୍ଟରେନଟ୍ ପ୍ୟାକ୍ ଭୋଡାଫୋନର ପ୍ରିପେଡ୍ ୟୁଜର୍ସ ମାନଙ୍କ ପାଇଁ ରହିଛି, ଯେଉଁମାନେ ଦିନରେ ଅଧିକ ଡାଟା ବ୍ୟବହାର କରିଥାନ୍ତି ।

ଏହି ପ୍ଲାନର ସମୟସୀମା କେବଳ ଏକ ଘଣ୍ଟା ପାଇଁ ରହିବ । ୟୁଜର୍ସ ମାନେ କେବଳ ଏକ ଘଣ୍ଟା ପାଇଁ ଅନଲିମିଟେଡ୍ ଡାଟା ବ୍ୟବହାର କରିପାରିବେ । ତେବେ ଏହା ସହ କୌଣସି ପ୍ରକାର ଟକଟାଇମ୍ ସେବା ଉପଲବ୍ଧ ହେବ ନାହିଁ ।