ମହିଳାଙ୍କ ସୁରକ୍ଷା ପାଇଁ ଆସିଲା ‘ଭୋଡାଫୋନ୍ ସଖୀ’ ପ୍ଲାନ୍ ! ଏବେ ଦୋକାନୀଙ୍କୁ ନମ୍ବର ନଦେଇ କରିପାରିବେ ରିଚାର୍ଜ

28

ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ଭୋଡାଫୋନ୍ ନିଜର ମହିଳା ଗ୍ରାହକ ମାନଙ୍କ ପାଇଁ ଆଣିଛି ଏକ ସ୍ୱତନ୍ତ୍ର ପ୍ଲାନ୍ । ଯାହାର ନାଁ ହେଉଛି ‘ଭୋଡାଫୋନ୍ ସଖୀ’ । ଏହି ସ୍କିମ୍ ମୂତାବକ ମହିଳା ମାନେ ରିଟେଲରଙ୍କୁ ନିଜ ନମ୍ବର ନଦେଇ ରିଚାର୍ଜ କରିପାରିବେ ।

ଭୋଡାଫୋନର ଏହି ପ୍ରାଇଭେଟ୍ ରିଚାର୍ଜ ବିକଳ୍ପର ସୁବିଧା ପାଇବାକୁ ହେଲେ ଗ୍ରାହକଙ୍କୁ ‘ପ୍ରାଇଭେଟ୍’ ଲେଖି ୧୨୬୦୪ରେ ପଠାଇବାକୁ ପଡିବ । ଏହାପରେ ମୋବାଇଲ୍ ନମ୍ବରକୁ ଏକ ଓଟିପି କୋର୍ଡ ଆସିବ । ଏହି କୋର୍ଡକୁ ରିଟେଲରକୁ ଦେଲେ ମୋବାଇଲ୍ ରିଚାର୍ଜ ହେବ । ତେବେ ଏହି ଓଟିପିର ବୈଧତା କେବଳ ୨୪ଘଂଟା ।
ତେବେ ବର୍ତ୍ତମାନ ପାଇଁ ଏହି ପ୍ଲାନ୍ କେବଳ ପଶ୍ଚିମୀ ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଗ୍ରାମୀଣ ଅଂଚଳରେ ଉପଲବ୍ଧ ଅଛି । ଯଦି ଏହି ସ୍କିମ୍ ଭଲ କାମ କରେ ତେବେ ଆଗକୁ ଦେଶର ଅନ୍ୟ ରାଜ୍ୟ ମାନଙ୍କରେ ଲଂଚ୍ କରାଯିବ । ମହିଳା ମାନଙ୍କ ସୁରକ୍ଷାକୁ ଆଖି ଆଗରେ ରଖି କମ୍ପାନୀ ଏହି ସ୍କିମ୍ ଆଣିଛି । କାରଣ ଅନେକ ସମୟରେ ରିଟେଲର୍ ମାନେ ମହିଳା ଏବଂ ଯୁବତୀ ମାନଙ୍କ ନମ୍ବର ପାଇ ଅଯଥା କଲ୍ ଏବଂ ମେସେଜ୍ କରି ହଇରାଣ କରିଥାନ୍ତି ।