ଭୋଡ଼ାଫୋନ୍ ଗ୍ରାହକଙ୍କ ପାଇଁ ଖୁସି ଖବର ! ମନଇଚ୍ଛା ଚଳାନ୍ତୁ ଇଂଟରନେଟ୍, ପୁରୁଣା ପ୍ୟାକରେ ମିଳିବ ଦୁଇଗୁଣା ଡାଟା

42

ଭୋଡ଼ାଫୋନ୍ ଗ୍ରାହକଙ୍କ ପାଇଁ ଲାଭଦାୟକ ଅଫର । ବର୍ତ୍ତମାନ ଭୋଡ଼ାଫୋନ୍ ନିଜର ପୁରୁଣା ଡାଟା ସୀମାକୁ ଦୁଇଗୁଣ କରିଦେଇଛି । ଭୋଡ଼ାଫୋନର ୩୪୮ ଟଙ୍କାର ରିଚାର୍ଜରେ ଏବେ ଅସୀମିତ ଲୋକାଲ-ଏସଟିଡ଼ି ଓ ରୋମିଙ୍ଗରେ ଆଉଟଗୋଇଙ୍ଗ୍ କଲର ସୁବିଧା ମିଳିବ । ଏହା ବ୍ୟତୀତ ଗ୍ରାହକଙ୍କୁ ବ୍ୟବହାର କରିବା ପାଇଁ ପ୍ରତିଦିନ ୨ ଜିବି ଡାଟା ଦିଆଯାଉଛି । ଏହି ଯୋଜନାର ବୈଧତା ୨୮ ଦିନ । ଅସୀମିତ କଲିଂର ଲାଭ ଉଠାଇବା ପାଇଁ ରହିଛି ଏକ ସର୍ତ୍ତ । ସର୍ତ୍ତ ଅନୁସାରେ ଗ୍ରାହକ ଏକ ଦିନରେ ୨୫୦ରୁ ଅଧିକ କଲ କରିପାରିବେ ନାହିଁ । ଏହା ବ୍ୟତୀତ ପୁରା ସପ୍ତାହରେ ୧୦୦୦ରୁ ଅଧିକ କଲ୍ କରିପାରିବେ ନାହିଁ । ଗ୍ରାହକ ଯଦି ଏକ ସପ୍ତାହରେ ୧୦୦୦ରୁ ଅଧିକ କଲ କରନ୍ତି, ତେବେ ତାଙ୍କୁ ଅଧିକ ଚାର୍ଜ ଦେବାକୁ ପଡ଼ିବ । ଏହାସହ ପୁରୁଣା ପ୍ୟାକ୍ ଅନୁସାରେ ପ୍ରତିଦିନ ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ୧ ଜିବି ଡାଟା ମିଳୁଥିଲା ।

ଭୋଡ଼ାଫୋନ୍ ନିକଟରେ ୮୪ ଦିନର ଯୋଜନା ଲଂଚ କରିଛି । ଏହି ଯୋଜନା ଅନୁସାରେ ଗ୍ରାହକ ଅସୀମିତ କଲିଂର ସୁବିଧା ଯୋଗାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ଗ୍ରାହକ ରୋମିଂଗରେ ମଧ୍ୟ ମାଗଣା କଲ୍ କରିପାରିବେ । ଏଥରେ ଗ୍ରାହକଙ୍କୁ ପ୍ରତିଦିନ ୧ ଜିବି ହାଇ ସ୍ପିଡ଼୍ ଡାଟା ମିଳିବ । ଏହାସହ ଏହି ଯୋଜନାରେ ପ୍ରତିଦିନ ୧୦୦ ଏସଏମଏସ୍ ମଧ୍ୟ ମିଳିବ । ଏହା ଯୋଜନାର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ୫୦୯ ଟଙ୍କା ରିଚାର୍ଜ କରାଇବା ପାଇଁ ପଡ଼ିବ । ଏହା ବ୍ୟତୀତ ଭୋଡ଼ାଫୋନର ଦ୍ୱିତୀୟ ଯୋଜନାର ମୂଲ୍ୟ ୪୫୮ ଟଙ୍କା । ଏହି ଯାଜନାରେ ୭୦ ଦିନର ବୈଧତା ମିଳିବ । ଏଥିରେ ମଧ୍ୟ ଗ୍ରାହକଙ୍କୁ ୧ ଜିବି ଡାଟା ଓ ଅସୀମିତ କଲିଂ ଆଦିକ ମିଳିବ । ସୂଚନାଯୋଗ୍ୟ ଭୋଡ଼ାଫୋନ୍ ଗ୍ରାହକଙ୍କୁ ଜୀବନବୀମା ଯୋଗାଇ ଦେବା ପାଇଁ ନିକଟରେ ନୂଆ ଯୋଜନା ଲଂଚ କରିଛି । ଏହି ଯୋଜନା ମୁତାବକ ଆବିବା ଲାଇଫ ଇନସ୍ୟୁରାନ୍ସ ତରଫରୁ ଜୀବନବୀମା ଯୋଗାଇ ଦିଆଯିବ ।