ଭୋଡ଼ାଫୋନ୍-ହ୍ୱାର୍ଟସଆପର ଭାଗୀଦାରି ! ଏବେ ନିଜ ଭାଷାରେ କରିପାରିବେ ଚାର୍ଟ

37

ଭୋଡ଼ାଫୋନ ଇଣ୍ଡିଆ ଆଞ୍ଚଳିକ ଭାଷାର ପ୍ରଚାର-ପ୍ରସାର ପାଇଁ ସବୁଠାରୁ ବଡ଼ ମେସେଜିଙ୍ଗ ଆପ୍ ହ୍ୱାର୍ଟସଆପ ସହ ଭାଗୀଦାରି କରିଛିି । ଏହି ଭାଗୀଦାରି ଅନୁସାରେ ହ୍ୱାର୍ଟସଆପର ଏକ ନୂଆ ଫିଚର ଯୋଡ଼ା ଯାଇଛି, ଯାହା ଦ୍ୱାରା ହ୍ୱାର୍ଟସଆପ୍ ୟୁଜର ନିଜ ଭାଷାରେ ଚାର୍ଟ କରିପାରିବେ ଓ ଷ୍ଟାଟସ ଅପଡ଼େଟ୍ କରିପାରିବେ । ହ୍ୱାର୍ଟସଆପର ନୂଆ ଫିଚର ଅନୁସାରେ ହିନ୍ଦୀ, ମରାଠୀ, ବଙ୍ଗାଳୀ ଓ ତାମିଲ ପରି ଅନେକ ଭାଷାରେ କଷ୍ଟମାଇଜ ପେଜ୍ ତିଆରି ହୋଇଛି ।

ଏହି ନୂଆ ଫିଚରରେ ଅଲଗା ଅଲଗା ଭାଷା ପାଇଁ ଗୋଟିଏ ପରେ ଗୋଟିଏ ଆନିମେଟେଡ଼୍ ଇଣ୍ଟରଫେସ ଦିଆଯାଇଛ, ଯାହା ଉପରେ କ୍ଲିକ କରିବା ପରେ ଭାଷା ବଦଳିବାର ବିକଳ୍ପ ଆସିଯିବ । ଏହି ଫିଚର ସାହାଯ୍ୟରେ ଆପଣ ନିଜର ମାତୃଭାଷାରେ ଚାର୍ଟ କରିପାରିବେ । ଏହା ବ୍ୟତୀତ ଏହି ଫିଚର ମାଧ୍ୟରେ ନିଜର ଭାଷାରେ ଷ୍ଟାସଟ ଅପଡ଼େଟ୍ କରିହେବ ।

ଏହି ଫିଚରକୁ ନେଇ ଭୋଡ଼ାଫୋନ ଅଧକାରୀ କହିଛନ୍ତି, ନିଜର ଗ୍ରାହକଙ୍କୁ ଏହାର ଲିଙ୍କ୍ ପଠାଇବ । ସେହି ଲିଙ୍କରେ କ୍ଲିକ କରି ହ୍ୱାର୍ଟସଆପ୍ ଗ୍ରାହକ ନିଜର ଭାଷା ସିଲେକ୍ଟ କରିପାରିବେ । ସୂଚନା ଅନୁସାରେ ଏବେ ହ୍ୱାର୍ଟସଆପ୍ ଦୁନିଆ ଭରରେ ୫୦ ଅଲଗା ଅଲଗା ଭାଷାକୁ ସପୋର୍ଟ କରୁଛି । ଭାରତରେ ଏହି ସମୟରେ ହ୍ୱାର୍ଟସଆପର ୨୦୦ ମିଳିୟନ ଗ୍ରାହକ ଅଛନ୍ତି ।

ହ୍ୱାର୍ଟସଆପ ମାତ୍ର ଏବେ ମାତ୍ର ୧୦ଟି ଭାରତୀୟ ଭାଷାକୁ ସପୋର୍ଟ କରୁଛି । ନୂଆ ଫିଚରର ଲଞ୍ଚିଂ ଅବସରରେ ଭୋଡ଼ାଫୋନ୍ ଇଣ୍ଡିଆର ଚିଫ୍ କମର୍ସିଆଲ ଅଧିକାରୀ ସନ୍ଦୀପ ସିଂ କଟାରିଆ କହିଛନ୍ତି, ହ୍ୱାର୍ଟସଆପ୍ ସହ ଏହି ଭାଗିଦାରୀକୁ ନେଇ ଆମେ ବହୁତ ଖୁସି ଅଛୁ ଓ ହ୍ୱାର୍ଟସଅପା ଜରିଆରେ ଆମେ ଗ୍ରାହକଙ୍କୁୁ ନିଜ ଭାଷାର ଚାର୍ଟ କରିବା ପାଇଁ ସୁବିଧା ଉପଲବ୍ଧ କରାଇବୁ ।

                                                          ସୌଜନ୍ୟ- ଅମରଉଜାଲା

ଜିଏସଟିର ପ୍ରଭାବ ! ଇଏମଆଇରେ ସାମଗ୍ରୀ କିଣିବା ହେଲା ମହଙ୍ଗା, ୩୬ ପ୍ରତିଶତ ବଢ଼ିଲା ଟ୍ୟାକ୍ସ