ଏୟାରଷ୍ଟ୍ରାଇକକୁ ନେଇ ପ୍ରମାଣ ମାଗୁଥିବା ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ କଡା ଜବାବ ! କହିଲେ ରାତିରେ ହିଟ୍ ଲଗାଇ ଶାନ୍ତିରେ ଶୋଇବି ନା କେତେ ମଶା ମଲେ ଗଣିବି 

151

କନକ ବ୍ୟୁରୋ : ବାଲାକୋଟ ଏୟାରଷ୍ଟ୍ରାଇକରେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାର ପ୍ରମାଣ ମାଗୁଥିବା ବିରୋଧୀ ନେତାଙ୍କୁ କଡା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ବି.କେ ସିଂହ । ବି.କେ ସିଂହ ଟୁଇଟ କରି ଲେଖିଛନ୍ତି ଯେ, ରାତି ୩ଟା ୩୦ମିନିଟ ସମୟରେ ମସା ବହୁତ ଥିଲେ,ତେଣୁ ମୁଁ ହିଟରେ ସେମାନଙ୍କୁ ମାରିଦେଲି । ତେବେ ମସା କେତେ ମରିଲେ ତାହା ଗଣିବିି ନାଁ ଆରାମରେ ଶୋଇବି ବୋଲି ସେ ପ୍ରଶ୍ନ କରିଛନ୍ତି ।

https://www.google.com

ଏହାସହ ସେ କହିଛନନ୍ତି ରାଜନୈତିକ ସ୍ୱାର୍ଥ ଦେଖିଲେ ଦେଶର ଭବିଷ୍ୟତ ନଷ୍ଟ ହୋଇଯିବ । ବୁଝାମଣା କରି କାମ କଲେ ତେବେ ଦେଶ ଆଗକୁ ଯିବ । ଯେଉଁମାନେ ରାଜନୀତି କରି ତଳକୁ ଖସିବାକୁ ଚାହୁଁଛନ୍ତି ତାଙ୍କର କିଛି କରି ହେବ ନାହିଁ । କଂଗ୍ରେସର ଦିଗବିଜୟ ସିଂହ, ମନୀଷ ତିୱାରୀ, ସମେତ ବହୁ ବଡ ନେତା ଏୟାରଷ୍ଟ୍ରାଇକ ଉପରେ ପ୍ରଶ୍ନ କରିଛନ୍ତି । ଯାହାକୁ ନେଇ ବିପକ୍ଷ ସେନାର ମନୋବଳ ଭାଙ୍କୁଛି ବୋଲି ମଧ୍ୟ କହିଛନ୍ତି । ପାକ୍ ସୀମାରେ ଭାରତୀୟ ବାୟୁସେନା ଏୟାରଷ୍ଟ୍ରାଇକ କରିବା ପରେ ବିଭିନ୍ନ ବିରୋଧୀ ଦଳର ନେତାମାନେ ସରକାରଙ୍କୁ ଏହାର ପ୍ରମାଣ ମାଗୁଛନ୍ତି । ଏୟାର ଷ୍ଟ୍ରାଇକରେ କେତେ ଆତଙ୍କବାଦୀ ନିହତ ତାର ସଂଖ୍ୟା ଜଣାଇଣବାକୁ ବି ଦାବି ହେଉଛି ।