ଭିଭୋର ୭୨ ଘଣ୍ଟିଆ ଅଫର ! ୭୨ ଟଙ୍କାରେ ମିଳିବ ବଛା ବଛା ଭିଭୋ ସ୍ମାର୍ଟଫୋନର ଆସେସୋରିଜ୍ ।

59

କନକ ବ୍ୟୁରୋ: ସ୍ମାର୍ଟଫୋନ ଦୁନିଆରେ ହଇଚଇ ସୃଷ୍ଟି କରିଥିବା ଚାଇନିଜ ସ୍ମାର୍ଟଫୋନ୍ କମ୍ପାନୀ ଭିଭୋ ଆଣୁଛି ଆକର୍ଷଣୀୟ ଅଫରସ । ୭୨ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଗ୍ରାହକଙ୍କୁ ଅକୃଷ୍ଟ କରିବା ପାଇଁ ଭିଭୋ ଦେବ ୭୨ତମ ସ୍ୱାଧୀନତା ଦିବସର ୭୨ ଘଣ୍ଟିଆ ଅଫର । ଏହା ଅଗଷ୍ଟ ୭ ତାରିଖରୁ ୯ ତାରିଖ ପର୍ୟ୍ୟନ୍ତ ୩ ଦିନ ଧରି ରହିବ । ୭୨ ଘଣ୍ଟାର ଏହି ସ୍ୱତନ୍ତ୍ର ସେଲ୍ ୬ ତାରିଖ ମଧ୍ୟ ରାତ୍ରରୁ ଆରମ୍ଭ ହେବ। ଏହି ଅବସରରେ ଭିଭୋର ବଛା ବଛା ସ୍ମାର୍ଟଫୋନ୍ରେ ଆକର୍ଷଣୀୟ ରିହାତି, କୁପନ ଡିଲ୍, କ୍ୟାସବ୍ୟାକ୍ ଅଫର ଆଦି ଉପଲବ୍ଧ ହେବ। ଏହି ଅବସରରେ ଭିଭୋର ଭି-୯ ଏବଂ ନେକ୍ସ୍ ୧୯୪୭ ଟଙ୍କାରେ ଉପଲବ୍ଧ ହେବା ସହିତ ଇୟର ଫୋନ୍, ୟୁଏସ୍ବି ୱେର ସାଟ୍ ଆଦି ଆସେସୋରିଜ୍ ଆକର୍ଷଣୀୟ ୭୨ ଟଙ୍କାରେ ଉପଲବ୍ଧ ହେବ। ଏହି ତିନି ଦିନର ମଧ୍ୟାହ୍ନ ୧୨ ଟାରେ ଏହି ସୁବିଧା ଉପଲବ୍ଧ ହେବ।

ଏହି ୭୨ ଘଣ୍ଟିଆ ଦିନିଆ କାର୍ୟ୍ୟକ୍ରମ ଅବସରରେ ସମସ୍ତ କ୍ରେଡିଡ୍ କାର୍ଡ କାରବାରରେ କେତେକ ବଛା ବଛା ମଡେଲ୍ ଉପରେ ୪୦୦୦ଟଙ୍କା ପର୍ୟ୍ୟନ୍ଚ କ୍ୟାସ୍ ବ୍ୟାକ୍ ଅଫର ପ୍ରଦାନ କରାଯିବ। ଏହା ସହିତ ଅତିରିକ୍ତ ଭାବେ ୧୨ ମାସର ଜିରୋ-କଷ୍ଟ ଇଏମ୍ଆଇ ସମସ୍ତ ଭିଭୋ ସ୍ମାର୍ଟଫୋନ୍ ଉପରେ ଉପଲବ୍ଧ ହେବ। ଏହି ଅବସରରେ ଗ୍ରାହକଙ୍କୁ ବ୍ଲୁଟୁଥ୍ ଇୟରଫୋନ୍ ୧୨୦୦ ଟଙ୍କାରେ ନେକ୍ସ, ଏକ୍ସ୍-୨୧ ଏବଂ ଭି-୯ କିଣିଲେ କଲେ ଯୋଗାଇ ଦିଆଯିବ। କୁପନ ଡଢିଲ୍ ମଧ୍ୟରେ ଭିଭୋ ଇୟରଫୋନ ଏବଂ ୟୁଏସ୍ବି ୱେର କ୍ରୟ କଲେ ୫୦ ଟଙ୍କାର କୁପନ, ଭିଭୋ ପ୍ରିମିୟମ୍ ଇୟରଫୋନ୍ କ୍ରୟ କଲେ ୨୦୦ଟଙ୍କାର କୁପନ, ଭିଭୋ ଭି-୭ କ୍ରୟ କଲେ ୨୦୦୦ଟଙ୍କାର କୁପନ ଏବଂ ଭିଭୋ ଭି-୭ ପ୍ଲସ୍ କ୍ରୟ କଲେ ୩୦୦୦ଟଙ୍କାର ରିଡେମ୍ବୁଲ୍ କୁପନ ଉପଲବ୍ଧ ହେବ।