ମୋଦିଙ୍କ ବାୟୋପିକରେ ଅଭିନୟ କରିବେନି ପରେସ ରାୱଲ ! ଜାଣନ୍ତୁ କିଏ ଆସିବେ ମୋଦିଙ୍କ ଚରିତ୍ରରେ…

ବଲିଉଡର ବଡ ପରଦାରେ ଖୁବ ଶିଘ୍ର ଦେଖିବାକୁ ମିଳିବ ମୋଦିଙ୍କ ବାୟୋପିକ ।

1,573
ବଲିଉଡର ବଡ ପରଦାରେ ଖୁବ ଶିଘ୍ର ଦେଖିବାକୁ ମିଳିବ ମୋଦିଙ୍କ ବାୟୋପିକ । ଏଥିରେ ମୋଦିଙ୍କ ଚରିତ୍ରରେ ନଜର ଆସିବେ ବଲିଉଡ ସୁପରଷ୍ଟାର ବିବେକ ଓବରାୟ । ତେବେ ମୋଦିଙ୍କ ଜୀବନ କାହାଣୀ ଉପରେ ଏହି ସିନେମାଟି ଆଧାରିତ । ଏହି ଫିଲ୍ମର ଡାଇରେକ୍ଟର ହେଉଛନ୍ତି ଉମଙ୍ଗ କୁମାର ଯିଏକି ମେରିକମ୍, ସରବଜିତ ଏବଂ ଭୂମୀ ଭଳି ଅନେକ ଫିଲ୍ମ ବନାଇଛନ୍ତି । ଆରମ୍ଭ ଦିନ ଠାରୁ ନେଇ ପ୍ରଧାନମନ୍ତ୍ରୀ ହେବା ଯାଏ ମୋଦି ଯେଉଁ ଯାତ୍ରା ଅତିକ୍ରମ କରିଛନ୍ତି ତାହା ଏହି ଫିଲ୍ମରେ ଚିତ୍ରଣ କରାଯାଇଛି ।
ସୂଚନା ଅନୁଯାୟୀ, ମୋଦିଙ୍କ ଜୀବନି ଉପରେ ଆଧାରିତ ଏହି ଫିଲ୍ମ ଗତ ୩ବର୍ଷ ହେବ ଲଞ୍ଚ ହେବାର ଯୋଜନା କରାଯାଉଛି । ପୂର୍ବରୁ ଶୁଣିବାକୁ ମିଳୁଥିଲା କି, ଏହି ଫିଲ୍ମରେ ବଲିଉଡର ଜଣେ ନାମିଦାମି ତାରକା ପରେଶ ରାୱଲ ମୋଦିଙ୍କ ଭୂମିକାରେ ଅଭିନୟ କରିବେ । କିନ୍ତୁ ଫିଲ୍ମର ସମିକ୍ଷକ ତରୁଣ ଆଦର୍ଶ ଟ୍ୱିଟ କରି କହିଛନ୍ତି, ଏହି ଫିଲ୍ମରେ ମୋଦିଙ୍କ ଭୂମୀକାରେ ନଜର ଆସିବେ ବିବେକ ଓବରାୟ । ଡାୟରେକ୍ଟର ରହିବେ ଉମଙ୍ଗ କୁମାର ଏବଂ ଏହାର ପ୍ରଡୁସର ରହିବେ ସଂଦୀପ ସିଂ । ସେ ଟ୍ୱିଟ ଜରିଆରେ ଏହା ମଧ୍ୟ କହିଛନ୍ତି କି, ଜାନୁଆରୀ ୭ ତାରିଖରେ ଏହି ଫିଲ୍ମର ପ୍ରଥମ ଲୁକ ପୋଷ୍ଟର ଲଞ୍ଚ ହେବ । ତେବେ ସବୁଠାରୁ ବଡ କଥା ହେଉଛି ମୋଦିଙ୍କ ଜୀବନିକୁ ନେଇ ଲଞ୍ଚ ହେବାକୁ ଯାଉଥିବା ଫିଲ୍ମ ୨୦୧୯ ନିର୍ବାଚନ ପୂର୍ବରୁ ହିଁ ରିଲିଜ କରାଯିବାର ବ୍ୟବସ୍ଥା କରାଯାଉଛି ।