ଆଇସକ୍ରିମରେ ଅଛି ପ୍ରୋଟିନ୍‌ ଓ ଭିଟାମିନ୍‌ : ଜଗିରଖି ଖାଇଲେ ହେବନାହିଁ କ୍ଷତି

99

ଆଇସକ୍ରିମ୍‌ ନାଁ ଶୁଣିଲା ମାତ୍ରେ ସମସ୍ତଙ୍କ ପାଟିରୁ ଲାଳ ବାହାରି ଆସିଥାଏ । ପିଲାଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କର ପସନ୍ଦ ଏହି ଆଇସକ୍ରିମ । କିନ୍ତୁ ସାଧାରଣତଃ ସମସ୍ତେ ଆଇସକ୍ରିମ୍‌ ନ ଖାଇବା ପାଇଁ ଉପଦେଶ ଦେଇଥାନ୍ତି । ମୁଖ୍ୟତଃ ଶିଶୁମାନଙ୍କୁ ଆଇସକ୍ରିମ୍‌ ଠାରୁ ବହୁତ ଦୂରରେ ରଖିଥାନ୍ତି ପିତାମାତା । ତେବେ ଆପଣ ଜାଣିଛନ୍ତି କି ଆଇସକ୍ରିମ୍‌ରେ ମଧ୍ୟ ରହିଛି ଜରୁରୀ ଭିଟାମିନ୍‌ । ଆସନ୍ତୁ ଜାଣିବା ଏହି ଭିଟାମିନ୍‌ ବିଷୟରେ ।

ଆଇସକ୍ରିମ୍‌ରେ ଭରପୂର ମାତ୍ରାର ଭିଟାମିନ ‘ଏ’ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରର ହାଡ଼ ମଜବୁତ ରହିଥାଏ । ଏହା ଦ୍ୱାରା ତ୍ୱଚା , ଦାନ୍ତ, ଆଖି ଏବଂ କେଶ ଆଦିର ବିକାଶ ମଧ୍ୟ ହୋଇଥାଏ । ଆଇସକ୍ରିମ୍‌ କ୍ଷୀର ଏବଂ ବିଭିନ୍ନ ପ୍ରକାରର ଫଳରୁ ପ୍ରସ୍ତୁତ ହେଉଥିବାରୁ ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ମିଳିଥାଏ । ଏହା ଶରୀରର ମାଂସପେଶୀକୁ ମଜବୁତ ରଖିଥାଏ । ଏହା ଶରୀରରେ ରକ୍ତ ବଢ଼ାଇବା ସହ ତ୍ୱଚା, ହାଡ଼ ଆଦିକୁ ଶକ୍ତ କରିଥାଏ । ଆଇସକ୍ରିମ୍‌ରେ ଭିଟାମିନ ବି-୨ ଏବଂ ବି-୧୨ ମଧ୍ୟ ରହିଥାଏ ।

ଏହା ତ୍ୱଚା ଏବଂ ହାଡ଼କୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଆଇସକ୍ରିମରେ ଥିବା ପୋଷକ ତତ୍ତ୍ୱ ଦୃଷ୍ଟି ଶକ୍ତି ମଧ୍ୟ ବଢ଼ାଇଥାଏ । ଏହା ଦ୍ୱାରା ଶରୀରକୁ କ୍ୟାଲସିୟମ୍‌ ମିଳିବା ସହ ଶରୀର ହାଡ଼କୁ ଶକ୍ତ ରଖିବା ସହ ମୋଟାପଣ ମଧ୍ୟ ଦୂର କରିଥାଏ ।