କନକ ବ୍ୟୁରୋ: ଦୁନିଆକୁ ଦେଖିପାରୁନଥିଲେ ମଧ୍ୟ ଦମ୍ ଦେଖାଇଲେ ଦୃଷ୍ଟିହୀନ ନାବାଳିକା । ମୁମ୍ବାଇର ଏକ ଲୋକାଲ୍ ଟ୍ରେନରେ ଜଣେ ବ୍ୟକ୍ତିଙ୍କ ଅସଦାଚରଣରେ ହେବାପରେ ଜଣେ ୧୫ ବର୍ଷୀୟ ଦୃଷ୍ଟିହୀନ ବାଳିକା ଉକ୍ତ ଅସଦାଚରଣକାରୀଙ୍କୁ ଗିରଫ କରାଇଛନ୍ତି। ଏହାକୁ ନେଇ ଏବେ ଚାରିଆଡ଼ୁ ସାବାସୀ ସାଉଣ୍ଟିଛନ୍ତି ଉକ୍ତ ଦୃଷ୍ଟିହୀନ ନାବାଳିକା । ଆତ୍ମରକ୍ଷା ନିମନ୍ତେ କରାଟେ ଆଦି ତାଲିମ ପାଇଥିବା ଉକ୍ତ ନାବାଳିକା ତାଙ୍କ ପ୍ରତି ଅସଦାଚରଣ କରୁଥିବା ବ୍ୟକ୍ତିଙ୍କୁ କାବୁ କରିବାରେ ସଫଳ ହୋଇଛନ୍ତି । ଅସଦାଚରଣକାରୀର ହାତ ଧରି ଏମିତି ମୋଡ଼ି ଦେଇଥିଲେ ଯେ ସେ ଯନ୍ତ୍ରଣାରେ କାତର ହୋଇ ତଳେ ପଡ଼ିଯାଇଲା । ଏବଂ ଏହାପରେ ପୋଲିସ ତାକୁ ଗିରଫ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅସଦାଚରଣକାରୀଙ୍କୁ ଗିରଫ କରିଥିବା ଦାଦର ଜିଆରପି କହିବାକୁ ମୁତାବକ, ସୋମବାର ଦିନ ଝିଅଟି ତା’ ବାପା ସହ ଘରକୁ ଯାଉଥିଲା। ଦାଦରରୁ କଲ୍ୟାଣ ଅଭିମୁଖେ ସେମାନେ ରାତି ୮:୧୫ରେ ଫାଷ୍ଟ୍ ଟ୍ରେନ୍ ଧରିଥିଲେ । ଝିଅ ଓ ତା’ର ବାପା ଦିବ୍ୟାଙ୍ଗଙ୍କ ନିମନ୍ତେ ଉଦ୍ଦିଷ୍ଟ ବଗିରେ ଚଢ଼ିଥିଲେ । ଅଭିଯୁକ୍ତ ୨୪ ବର୍ଷିୟ ବିଶାଳ ବଳିରାମ ସିଂହ ମଧ୍ୟ ସେହି ବଗିରେ ଚଢ଼ିଥିଲେ । ସେ ଠିକ୍ ଝିଅଟିର ପଛପଟେ ଠିଆ ହୋଇ ତାକୁ ସ୍ପର୍ଶ କରିବା ଆରମ୍ଭ କରିଥିଲେ । କିନ୍ତୁ, ସେ ବୁଲିପଡ଼ି ଅଭିଯୁକ୍ତକାରୀର ହାତକୁ ମୋଡ଼ି ପକାଇଲେ, ଯେ ସେ ଯନ୍ତ୍ରଣାରେ ଚିତ୍କାର କଲେ । ଫଳରେ ଅନ୍ୟ ଯାତ୍ରୀମାନେ ଜାଗ୍ରତ ହୋଇଗଲେ । ଦୃଷ୍ଟିହୀନ ନାବାଳିକା ଜଣକ ସାହାସ ଯୋଗୁଁ ଅଭିଯୁକ୍ତଙ୍କୁ ଗିରଫ କରିହୋଇଛି ବୋଲି ଦାଦର ଜିଆରପିର ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।
ସେପଟେ ଅଭିଯୁକ୍ତ ଜଣକ ଏକ ଘରୋଇ ସଂସ୍ଥାନରେ କମ୍ପ୍ୟୁଟର୍ ଦେଖାଶୁଣା କରୁଥିବା ସିଂହଙ୍କୁ ପୁଲିସ ହାଜତକୁ ନେଇଛି। ବିନା ଟିକିଟ୍ରେ ଯାତ୍ରା କରୁଥିବା ସହ ଦୃଷ୍ଟିହୀନ ନାବାଳିକାଙ୍କୁ ଅସଦାଚରଣ କରିବା ତାଙ୍କୁ ମହଙ୍ଗପଡ଼ିଲା । ଯେଉଁ ଆଖି ଦୁନିଆର ଆଲୋକ ଦେଖିନାହିଁ କିନ୍ତୁ ଆଜି ବିଭିନ୍ନ ମହଲରେ ସାବାସୀ ସାଉଣ୍ଟିଛି ।