ମାତ୍ର ୨୧ ହଜାର ଟଙ୍କାରେ ବିମାନରେ କରନ୍ତୁ ଆଣ୍ଡାମାନ ନିକୋବର ଯାତ୍ରା ! ଭାରତୀୟ ରେଳବାଇର ବଡ ଅଫର ।

49

ଛୁଟି ମାନଙ୍କରେ ଦୂର ଦୂରାନ୍ତର ଜାଗା ମାନଙ୍କୁ ବୁଲିଯିବା ପାଇଁ ସମସ୍ତେ ଯୋଜନା କରିଥାନ୍ତି । କିନ୍ତୁ ଅର୍ଥଭାବ କାରଣରୁ ଲୋକମାନେ ନିଜ ମନ ପସନ୍ଦର ଜାଗାକୁ ଯାଇ ପାରିନଥାନ୍ତି । ଯେମିତିକି ଆଣ୍ଡାମାନ ଏବଂ ନିକୋବର ଦୀପପୁଞ୍ଜକୁ ଯିବା ପାଇଁ ସମସ୍ତଙ୍କ ଇଚ୍ଛା ରହିଥାଏ । ତେବେ ଆପଣଙ୍କର ଏହି ଇଚ୍ଛାକୁ ଏବେ ପୁରା କରିବା ଆଇଆରସିଟିସି । ଇଣ୍ଡିଆନ ରେଲୱେ କ୍ୟାଟରିଙ୍ଗ ଆଣ୍ଡ ଟୁରିଜିମ୍ କର୍ପୋରେସନ ପକ୍ଷରୁ ଏହି ଟ୍ରିପ ପାଇଁ ଏକ ନୂଆ ଯୋଜନା କରାଯାଇଛି ।

ଏହି ପ୍ୟାକେଜରେ ଚାରି ଦିନ ଏବଂ ୫ ରାତି ସାମିଲ ରହିଛି । ତେବେ ଏହି ଯାତ୍ରା କୋଲକାତାରୁ ଆରମ୍ଭ ହେବ । ତେବେ ଆଇଆରସିଟିସିର ଅଫିସିଆଲ ୱେବସାଇଟରେ ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ, ଏହି ଟ୍ରିପ ଇଣ୍ଡିଗୋର ଇକୋନୋମିକ କ୍ଲାସରେ ହେବ ।

ତେବେ ଏହି ଟୁର ଅଗଷ୍ଟ ୧୮ ତାରିଖ ୨୦୧୮ରେ ଆରମ୍ଭ ହେବ ଏବଂ ଏଥିପାିଁ ଜଣକ ପିଛା ୨୧,୧୨୦ ଟଙ୍କା ଦେବାକୁ ହେବ । ଯେଉଁଥିରେ ଜିଏସଟି ସାମିଲ ଅଛି । ଆଇଆରସିଟିସି ଜଣକ ପିଛା ୨୧,୭୬୦ ଟଙ୍କା ରଖିଥିବା ବେଳେ ଛୋଟ ପିଲାମାନଙ୍କ ପାଇଁ ୧୯,୮୧୫ ଟଙ୍କା ରଖାଯାଇଛି । ଏହି ଯାତ୍ରା ପାଇଁ ବିମାନ କୋଲକାତାରୁ ଛାଡିବ ଏବଂ ଫେରିବା ବେଳେ ମଧ୍ୟ ଏହା କୋଲକାତା ଠାରେ ଅବତରଣ କରିବ । ତେବେ ୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ବିମାନ ଟିକେଟ ବାଧ୍ୟତାମୂଳକ କରାଯାଇଛି ।