‘କୁକୁର ରଖ, ବିଲେଇ ରଖ ହେଲେ ଭୁଲ୍ ଧାରଣା ରଖନି’ ! ପାକିସ୍ତାନକୁ ସେହ୍ୱାଗଙ୍କ ମୁହଁତୋଡ ଜବାବ୍

112

‘କୁକୁର ରଖ, ବିଲେଇ ରଖ ହେଲେ ଭୁଲ୍ ଧାରଣା ରଖନି’ । କୁଳଭୂଷଣ ମାମଲାରେ ପାକିସ୍ତାନକୁ ଏଭଳି ଭାବରେ ମୁହଁତୋଡ ଜବାବ ଦେଇଛନ୍ତି ବିରେନ୍ଦ୍ର ସେହ୍ୱାଗ । ଗୁରୁବାର କୁଳଭୂଷଣଙ୍କ ଫାଶୀ ଦଣ୍ଡାଦେଶରେ ରୋକ ଲଗାଇଥିଲେ ଅନ୍ତର୍ଜାତୀୟ କୋର୍ଟ । ଅନ୍ତିମ ରାୟ ନଆସିବା ଯାଏ କୁଳଭୂଷଣଙ୍କୁ ପାକିସ୍ତାନ ଫାଶୀ ଦେଇପାରିବନି ବୋଲି କହିଥିଲେ କୋର୍ଟ । ତେବେ ଏହି ଶୁଣାଣି ପରେ ଭାରତରେ ଖୁସିର ଲହରୀ ଖେଳି ଯାଇଥିଲା । ସେହ୍ୱାଗ୍ ମଧ୍ୟ ଏହି ନିଷ୍ପତିକୁ ସ୍ୱାଗତ କରି ଟୁଇଟ୍ କରିଥିଲେ ‘ସତ୍ୟମେବ ଜୟତେ’

ତେବେ ଏହାକୁ ନେଇ ଜଣେ ପାକିସ୍ତାନୀ ୟୁଜର୍ ଲେଖିଥିଲେ ‘ ଭାରତୀୟଙ୍କର ଦିମାଗ୍ ନାହିଁ , ଏବେ ଏହି ମାମଲାର ଶୁଣାଣି ଶେଷ ହୋଇନାହିଁ । ଯଦି ଆଇସିଜେ କୁଳଭୂଷଣଙ୍କ ଫାଶୀରେ ରୋକ୍ ଲଗାଇଛି ତେବେ ବି ପାକିସ୍ତାନ ନିଶ୍ଚୟ ତାଙ୍କୁ ଫାଶୀ ଦେବ ! ହିନ୍ଦୁସ୍ତାନୀ ଜୁଆଡେ ଇଚ୍ଛା ଯାଆନ୍ତୁ’ । ତେବେ ଏହି ଟୁଇଟ୍ ପରେ ବିରେନ୍ଦ୍ର ଦେଇଥିଲେ କଡା ଜବାବ୍ । ଲେଖିଥିଲେ ‘ହଁ ଯେମିତି ତୁମେ ମାନେ ବିଶ୍ୱକପରେ ଭାରତକୁ ହରାଇବାର ସ୍ୱପ୍ନ ଦେଖୁଛ ସେମିତି ଏହି ସ୍ୱପ୍ନ ଦେଖୁଛ । କୁକୁର ରଖ, ବିଲେଇ ରଖ ହେଲେ ଭୁଲ୍ ଧାରଣା ରଖନି’

ଏହା ସହ ପଢନ୍ତୁ ପାଂଚଟି ବିଶ୍ୱାସ ! ଯାହାକୁ ଜବରଦସ୍ତ କରି ଦିଆଯାଇଛି ‘ଅନ୍ଧ’ବିଶ୍ୱାସ. . ଜାଣନ୍ତୁ ପ୍ରକୃତ ରହସ୍ୟ